ରାମଗିରି ପୋଲିସର ବଡ଼ ସଫଳତା,୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ରାମଗିରି ଥାନାପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି. ଯାହାକି ରାମଗିରି ଅଞ୍ଚଳବାସୀଙ୍କ ଲାଗି ଏହା ପ୍ରଥମ ଘଟଣା ଅଟେ. ମିଳିଥିବା ସୂଚନା ଅନୁସାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ପରିସଲ ପଞ୍ଚାୟତ ଅଞ୍ଚମା ଛକ ନିକଟରେ ଛେଳିଗଡ଼ ପଟୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ TS09EH1765 ନକଲି ନମ୍ବର ଗାଡିଟି ଦୂରରୁ ପୋଲିସ ଗାଡିକୁ ଦେଖି ଅଟକିଥିଲା. ପୋଲିସ ଏହି ଗାଡିକୁ କିଛି ଦୂରରୁ ଦେଖିବା ପରେ ଗାଡିର ଯାଞ୍ଚ ପାଇଁ ଗାଡି ନିକଟକୁ ଯାଇଥିଲା. ଦୂରରୁ ପୋଲିସ ଗାଡି ଆସୁଥିବା ଦେଖି ଡ୍ରାଇଭର ଜଣକ ଓଲ୍ହାଇ ଚମ୍ପଟ ମାରିଥିଲା. ଯାଞ୍ଚ କରିବା ପରେ ଗାଡିରୁ ୩୫୨ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତହୋଇଥିଲା. ଗାଡି ଭିତରୁ ଆଉ ଏକ MH18AA8001 ବିଶିଷ୍ଟ ଗାଡିର ନମ୍ବର ପ୍ଲେଟ ମିଳିଥିଲା ଯାହାକି ଗାଡିର ଅସଲି ନମ୍ବର ବୋଲି ଜଣାପଡିଛି. ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୫ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି. ଏହି ଚଢ଼ାଉରେ ରାମଗିରି ଥାନା ଅଧିକାରୀ ଲୋକନାଥ ବେହେରା, ଏଏସଆଇ ପ୍ରତାପ ପ୍ରଧାନ, ହାବିଲଦାର ସତ୍ୟ ନାରାୟଣ ବେହେରା, କନେଷ୍ଟବଳ ସନ୍ତୋଷ ଦାସ, ଓଏପି ଏଫ ବିଜୟ ରଇତ ଥିଲେ. ଅଧିକ ତଦନ୍ତ ପାଇଁ ଆର. ଉଦୟଗିରି ଥାନା ଏସଆଇ ଦୁଷ୍ମନ୍ତ କୁମାର ଅମନ୍ତ ଅତିରିକ୍ତ ତହସିଲଦାର ରାଜେଶ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ଜଣା ପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ