ଜବର ଦଖଲକାରୀଙ୍କ କବ୍‌ଜାରେ ପଞ୍ଚାୟତ ରାସ୍ତା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ରାଜସ୍ୱ ବିଭାଗ ଅଧିନରେ ଶହଶହ ଏକର ସରକାରୀ ଜମି ଥିଲେ ମଧ୍ୟ କୌଣସି ଜନହିତକର କାର୍ଯ୍ୟରେ ଲାଗି ପାରୁନଥିବା ଜଣାଯାଇଛି । ଏହି ସରକାରୀ ଜମି ସବୁ ଜବର ଦଖଲକାରୀଙ୍କ କବ୍‌ଜାରେ ରହି ଥିବା ବେଳେ ଏହାକୁ ଉଚ୍ଛେଦ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଗତ ୨୦୧୭-୧୮ ମସିହାରେ ପୁରୁଷଣ୍ଢ ପଞ୍ଚାୟତରୁ ଅଲଗା ହୋଇ ବି.ଟି.ପୁର ପଞ୍ଚାୟତ ନୂତନ ଭାବେ ଗଠିତ ହୋଇଥିଲା । ନୂତନ ସରପଞ୍ଚ ସୁଭଦ୍ରା ସିଂହ ନିର୍ବାଚିତ ହେବା ପରେ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ମାତ୍ର ଉକ୍ତ ପଞ୍ଚାୟତ ଅଧିନରେ ଥିବା ସରକାରୀ ଜମି ଗୁଡିକ ଜବର ଦଖଲରେ ଥିବାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ । ଆଗରପଡ଼ା ମୁଖ୍ୟ ବଜାର ସଂଲଗ୍ନ ଖାତା ନଂ- ୨୭୦, ପ୍ଲଟ ନଂ- ୭୧୩ , ଏରିଆ-୨୫ ଡିସିମିଲ ସର୍ବ ସାଧାରଣ କିସମ ରାସ୍ତା ଥିବା ବେଳେ ସ୍ଥାନୀୟ କୁପାରୀ ଛକରୁ ବି.ଟି.ପୁର ଗଡ଼ସାହି ଗ୍ରାମ ତାରିଣୀ ମନ୍ଦିର ନିକଟକୁ ସଂଯୋଗ କରୁଛି । ଏହି ରାସ୍ତାର ମୁଖ୍ୟ ଦ୍ୱାରର ଉଭୟ ପଟକୁ କ୍ୟାବିନ୍ ପକାଇ ଦୋକାନ କରି ଅବରୋଧ କରାଯାଇଛି । ଫଳରେ ଗ୍ରାମବାସୀ ମାନେ ଯାତାୟତ କରି ପାରୁନାହାଁନ୍ତି କି ୨ ପାଶ୍ୱର୍ ସ୍ଥାନରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ । ପଞ୍ଚାୟତ ପକ୍ଷରୁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଶୌଚାଳୟ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ବ୍ୟବହାର ଯୋଗ୍ୟ ହୋଇ ନପାରି ପଡ଼ି ରହିଛି । ଅନ୍ୟ ପକ୍ଷରେ ଉକ୍ତ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ପ୍ରତିଷ୍ଠା ପାଇଁ ମଧ୍ୟ ଆକ୍ସନପ୍ଲାନ ପ୍ରସ୍ତୁତି କାର୍ଯ୍ୟ ସରିଛି ବୋଲି ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ କହିଥିବା ବେଳେ ଜବର ଦଖଲ ପ୍ରତିବନ୍ଧକ ସାଜିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଯୁବନେତା ସପନ ସିଂହ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ