ଜମ୍ଭରାରେ ମା ହିଙ୍ଗୁଳାଙ୍କ ବିଗ୍ରହ ସ୍ଥାପନ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଜମ୍ଭରାରେ ମା ହିଙ୍ଗୁଳାଙ୍କ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବୈତରଣୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା କରାଯିବା ପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ଓମ ପ୍ରକାଶ ମିଶ୍ର, ଶ୍ରୀପତି ନନ୍ଦ, ବିଜୟ କୁମାର ପଣ୍ଡା, ଶଶିକାନ୍ତ ଷଡଙ୍ଗି ପ୍ରମୁଖ ବେଦମନ୍ତ୍ରରେ ମାଙ୍କ ପୁଜାର୍ଚ୍ଚନା କରିଥିବାବେଳେ ରାଧାଗୋବିନ୍ଦ ଫାଉଣ୍ଡେସନର ପ୍ରତିଷ୍ଠାତା ପଞ୍ଚାନନ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ସାଗରୀକା ମହାନ୍ତି କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଅବସରରେ ନୁତନ ମନ୍ଦିରରେ ମା ହିଙ୍ଗୁଳାଙ୍କ ବିଗ୍ରହ ସ୍ଥାପନ କରାଯାଇ ଥିଲା । ପୁରୁଷୋତ୍ତମ ମହାନ୍ତି, କୃପାସିନ୍ଧୁ ମଲ୍ଲିକ, ମହେଶ୍ୱର ମଲ୍ଲିକ, ରବିନ୍ଦ୍ର ମଲ୍ଲିକ, ଗୋପବନ୍ଧୁ ସେନାପତି, ସନ୍ତୋଷ ରାଉତ, ବଳରାମ ମହାନ୍ତି, ମନୋଜ କୁମାର ମଲ୍ଲିକ, ବିଭୁତି ଭୁଷଣ ମଲ୍ଲିକ, ସୌରୀ ରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ରତିକାନ୍ତ କୁଅଁର, ମାନ ଗୋବିନ୍ଦ ମୁଦୁଲି, ଦୀନବନ୍ଧୁ ମହାନ୍ତି, ମହେଶ୍ୱର ମହାନ୍ତି, ଆୁପ କୁମାର ରାଉତ, ସ୍ମୃତି ରଞ୍ଜନ ରାଉତ, ସୁଶାନ୍ତ କୁମାର ଜେନା, ଆକାଶ କୁମାର ବେହେରା ପ୍ରମୁଖ ପୂଜାକାର୍ଯ୍ୟରେ ସାମିଲ ହୋଇଥିବାବେଳେ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ