ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଠଟି ଡ୍ରୋନ ଯାଗେ ଆଗ୍ନେୟାସ୍ତ୍ର ଖସାଇଲେ ପାକିସ୍ତାନୀ ଆତଙ୍କବାଦୀ
ନୂଆଦିଲ୍ଲୀ: ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ସେପ୍ଟେମ୍ବର ୯ ରୁ ୧୬ ତାରିଖ ମଧ୍ୟରେ ୮୦ କେଜି ଅସ୍ତ୍ରଶସ୍ତ୍ର ବହନ କରିଥିବା ଅନ୍ୟୂନ ଆଠଟି ଡ୍ରୋନ୍ ସୀମା ଆରପାରିରୁ ପାକିସ୍ତାନରେ ଥିବା ଖଲିସ୍ତାନୀ ସନ୍ତ୍ରାସବାଦୀ ସଙ୍ଗଠନ ପଞ୍ଜାବକୁ ପ୍ରେରଣ କରିଥିବା କଥା ନିରାପତ୍ତା ଏଜେନ୍ସି ଏବଂ ପଞ୍ଜାବ ପୁଲିସ କହିଛି । ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ଇନ୍ଧନ ଯୋଗାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବାଲି ନିରାପତ୍ତା ଏଜେନ୍ସି କହିଛି । ଖଲିସ୍ତାନୀ ଜିନ୍ଦାବାଦ ଫାର୍ସ ନେଟ୍ୱାର୍କ ଯୋଗେ ଏହି ଆଗ୍ନେୟାସ୍ତ୍ର ସବୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ସହାୟତାରେ ଜର୍ମାନ ବାଟ ଦେଇ ଲାହୋରକୁ ଆସିଥିଲା । ସେପ୍ଟେମ୍ବର ୨୨ ତାରିଖ ଦିନ ତରଣ ତରଣ ଜିଲ୍ଲାରୁ କେତେକ ଆଗ୍ନେୟାସ୍ତ୍ର ଉଦ୍ଧାର ହେବା ପରେ ହାଇଥିବା ତଦନ୍ତରୁ ଆକାଶରୁ ପକାଯାଇଥିବା ଏହି ଅସ୍ତ୍ରଶସ୍ତ୍ରଗୁଡ଼କର ପୂର୍ଣ୍ଣ ବିବରଣୀ ଜଣାପଡ଼ିଛି । ମଙ୍ଗଳବାର ଦିନ ଗିରଫ ହୋଇଥିବା ୨୨ ବର୍ଷିୟ ସୁଭଦୀପଙ୍କୁ ମିଶାଇ ଡ୍ରୋନରୁ ଖସା ଯାଇଥିବା ଅସ୍ତ୍ରଶସ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ଏ ପର୍ଯ୍ୟନ୍ତ ପାଞ୍ଚଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସାରିଲାଣି ।


