ଜଲିଉଡ଼ ଚନ୍ଦନ ଆୱାର୍ଡ଼ ୭ରୁ,ଶହେ ଅପେରା କଳାକାର ପାଇବେ ଚନ୍ଦନ ଆୱାର୍ଡ଼

ଭୁବନେଶ୍ୱର, – : ଓଡ଼ିଶାର ସର୍ବ ପୁରାତନ ମନୋରଞ୍ଜନର ମାଧ୍ୟମ ନାଟକ ଥିବାବେଳେ ବର୍ତ୍ତମାନ ନାଟକ କଳାକାରମାନେ ଯେଉଁପରି ଭାବରେ ସମ୍ମାନ ପାଇବା କଥା ପାଇପାରୁ ନାହାଁନ୍ତି । ତେଣୁୁ ଅପେରା ଜଗତର କଳାକାରମାନଙ୍କ ସମ୍ମାନକୁ ସ୍ୱୀକୃତି ଜଣାଇବା ପାଇଁ ‘ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ଓ ଓଡ଼ିଶା ବୀର ମହାସଂଘ’ର ସହଯୋଗରେ ଚଳିତ ମାସ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୩ଘଟିକାରୁ ର୍ରା ୭ ଘଟିକା ପର୍ଯ୍ୟନ୍ତ ଜୟଦେବ ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଏହି ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହେବ । ଏଥିରେ ପ୍ରତିଦିନ କଳାକାରମାନଙ୍କୁ ସମ୍ମାନ ପ୍ରଦାନ କରାଯିବା ସହ ନୃତ୍ୟ, ସଙ୍ଗୀତ, ସଂଳାପ, ଅଭିନୟ ଆଦି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବିଭିନ୍ନ ଦିବସରେ ନାଟକ, ସିନେମା, ସାହିତ୍ୟ ଜଗତର ପ୍ରତିଭାମାନେ ଯୋଗଦାନ କରିବେ ଓ କଳାକାରମାନଙ୍କର ଫଟୋକୁ ନେଇ ‘ଚିହ୍ନନ୍ତୁ ଆପଣଙ୍କ କଳାକାରମାନଙ୍କୁ’ ନାମକ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯିବ । ସେହିପରି କଳାକାରମାନଙ୍କ ଜୀବନକୁ ନେଇ ‘ନାଟ୍ୟ ପ୍ରତିଭା ପରିଚିତି’ ନାମକ ଏକ ପୁସ୍ତକ ପ୍ରକାଶନ କରାଯିବ ବୋଲି ହୋଟେଲ ପ୍ରେସିଡ଼େନ୍ସିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ନାଟ୍ୟ ଅଭିନେତା ବୈକୁଣ୍ଠ ପାରେଖ, ରବୀନ୍ଦ୍ର କୁମାର ଶତପଥୀ, ଧୀରେନ୍ଦ୍ର କୁମାର ମିଶ୍ର, ସାମାଜିକ କର୍ମୀ ନମ୍ରତା ଚଢା, ଅରୁନ୍ଧତି ସୁନ୍ଦରାୟ, ସର୍ମିଷ୍ଠା ରାଉତ, ଅବନି ଜେନା, ଆଶିଷ ବରିସଲ, ଇଂ ଅଜୟ ସ୍ୱାଇଁ ପ୍ରମୁଖ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ