ବ୍ୟବସାୟ ନିମନ୍ତେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟିଲେ କ୍ଷୁଦ୍ର ବ୍ୟବସାୟୀ

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ,  ଶେଷଦେବ ସାହୁ ): ଆଗାମୀ ଦିନରେ ନୂତନ ଭାବେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଉଦଘାଟନ ହେବାକୁ ଥିବା ବେଳେ ନୂତନ ଭାବେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡ ସମ୍ମୁଖରେ ଦୀର୍ଘଦିନ ଧରି ବ୍ୟବସାୟ କରି ବଚୁଂଥିବା ବ୍ୟବସାୟୀ ମାନଙ୍କୁ ସେଠାରୁ ଉଠିବା ନିମନ୍ତେ ନୋଟିସ ପାଇବା ପରେ  ସେଠାରେ ବ୍ୟବସାୟ କରୁଥିବା ପ୍ରାୟ ୨୦ରୁ ଉର୍ଦ୍ଧ ବ୍ୟବସାୟୀ ସୋମବାର ଓ ମଙ୍ଗଳବାର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କୁ ଭେଟି ସେମାନଙ୍କୁ ଥଇଥାନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ବ୍ୟବସାୟୀ ମାନେ  ଅଭିଯୋଗ କରିଛନ୍ତି ଯେ ସେମାନେ ପ୍ରଥମେ ରାସ୍ତା କଡ଼ରେ ବ୍ୟବସାୟ କରି ଆସୁଥିଲେ କିନ୍ତୁ ସେଠାରୁ ସେମାନଙ୍କୁ ଉଚ୍ଛେଦ କରାଯିବା ପରେ ସମ୍ପୁର୍ଣ ରୂପେ ସେମାନଙ୍କ ରୋଜଗାର ହରାଇଛନ୍ତି ତେଣୁ ସେମାନଙ୍କୁ ସେଠାରୁ ଉଚ୍ଛେଦ ପରେ ଥଇଥାନ କରିବାକୁ ଅନୁରୋଧ କରିଛନ୍ତି । ଉକ୍ତ ବ୍ୟବସାୟୀ ମାନଙ୍କୁ ଅଭିଯୋଗକୁ ପୌରପରିଦେ ଗୁରୁତ୍ୱର ସହ ବିଚାରକୁ ନେବା ସହିତ ସେମାନଙ୍କୁ ଥାଇଥାନ କରିବା ନିମନ୍ତେ ବିଚାର କରାଯାଉଥିବା ଏବଂ ଏଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ