ଜଳବନ୍ଦୀ ପଡାରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଜେଡି ଯୁବ ନେତା
ଜଗତସିଂହପୁର, (ଅନସୂୟା ରାଉତ):ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଅଭାବୀ ଲୋକଙ୍କୁ ବାସହରା କରାଇଛି। କେତେକ ସ୍ଥାନରେ କଚାକାନ୍ଥ ଭୁସୁଡି ପଡିଛି। ଘରେ ଘରେ ଗାଁ ଗାଁରେ ଆଣ୍ଠୁଏ ଅଣ୍ଟାଏ ଉଚ୍ଚ ବର୍ଷାଜଳ। ଭାତ ତରକାରୀ ଏହି ଜଳବନ୍ଦୀ ମାନଙ୍କ ପାଇଁ ସାତସପନ ହୋଇ ଯାଇଛି। ବିଶେଷ କରି ଶିଶୁ ଓ ବୃଦ୍ଧ ବୃଦ୍ଧା ନାହିଁ ନଥିବା ଦୁଃଖ ପାଉଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାଲିକୁଦା ବ୍ଲକର ଯୁବ ସମାଜ ସେବୀ ତଥା ରାଜ୍ୟ ବିଜେଡି କାର୍ଯ୍ୟ କାରିଣୀ ସଦସ୍ୟ କମଳା କାନ୍ତ ମହାପାତ୍ର (ମୁନା) ଦେବ ଦୂତ ସାଜି ସେହି ଜଳ ଘେରରେ ଥିବା ଲୋକଙ୍କୁ ସହାୟତା ପ୍ରଦାନ ପାଇଁ ଆଗେଇ ଆସିବା ଘଟଣା ନେତା ଶିଳ୍ପ ପତି ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। କେବଳ ଜଳବନ୍ଦୀ ନୁହେଁ ଅଗ୍ନି ବିପନ୍ନ, ବନ୍ୟାବିପନ୍ନ, ରେସନ୍ ସମସ୍ଯା, ଆବାସ ସମସ୍ଯା ସମ୍ପର୍କରେ ଆଗୁଆ ସମାଧାନ ସହଯୋଗ କରିବା ତାଙ୍କର ଦୈନଦିନ କାର୍ଯ୍ୟ। ଗତ କାଲି ବାଲିକୁଦାର ଅଢଙ୍ଗା ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ୨୫ ଟି ପରିବାରକୁ ସହାୟତା କରି ଜିଲ୍ଲାରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି


