ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ କେନାଲ ପରିଦର୍ଶନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଶାଳପଡା ଜଳସମ୍ପଦ ବିଭାଗ ଅଧିନ ତଥା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା କେନାଲ ଅଞ୍ଚଳକୁ ଶୁକ୍ରବାର ଦିନ ମୁଖ୍ୟଯନ୍ତ୍ରୀ ପରିଦର୍ଶନ କରିଥିବା ଜଣାଯାଇଛି । ବର୍ତ୍ତମାନ ବର୍ଷାର ଅନିୟମିତତା ଯୋଗୁ ଚାଷୀମାନେ କେନାଲ ପାଣି ଉପରେ ନିର୍ଭର କରୁଥିବାବେଳେ ଅନେକ ଜାଗାକୁ ପାଣି ମାଡୁନଥିବା ଅଭିଯୋଗ ହୋଇ ଆସୁଥିଲା । ବିଶେଷକରି କେନାଲ ଶେଷମୁଣ୍ଡରେ ଚାଷୀମାନେ ପାଣି ପାଉନଥିବା ଅଭିଯୋଗ ହେଉଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନଏନ ପାଣିଗ୍ରାହୀ ଶୁକ୍ରବାର ଅଚାନକ ମଞ୍ଜୁରୀରୋଡ ଆଖପାଖ କେନାଲ ଅଞ୍ଚଳ ପରିଦର୍ଶନ କରିଥିଲେ । ବିଶେଷକରି ବିଭାଗ ଅଧିନ ଶାଳଣିଆ କେନାଲର ଆଖୁଆପଦା, ପୁରୀପଡା ଓ ଯଶୋଟିକିରି ସ୍ଥାନର କେନାଲ ଶେଷ ଅଞ୍ଚଳ ମୁଖ୍ୟ ଯନ୍ତ୍ରୀ ବୁଲି ଦେଖିଥିଲେ । ଏହାଛଡା ଉପସ୍ଥିତ ଥିବା ସ୍ଥାନୀୟ ପାଣି ପଞ୍ଚାୟତ ସଭାପତି ବିନୋଦ ବିହାରୀ ପଲାଇ ଓ ସମ୍ପାଦକ ବନମାଳୀ ପୃଷ୍ଟିଙ୍କ ସହିତ ଜଳ ପରିଚାଳନା ନେଇ ମୁଖ୍ୟଯନ୍ତ୍ରୀ ଆଲୋଚନା କରିଥିଲେ । ଏଥିରେ ନିର୍ବାହୀ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ମାଝୀ, ଶମ୍ଭୁନାଥ ସାହୁ, ମଞ୍ଜୁରୀରୋଡ ସହାୟକ ଯନ୍ତ୍ରୀ ପରେଶ ଦାସ, କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ସେନାପତି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ମୁଖ୍ୟ ଯନ୍ତ୍ରୀ ବନ୍ତ ଅଞ୍ଚଳକୁ ଗସ୍ତ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ