ଜନସଚେତା ପାଇଁ କୃଷିରଥ ଉଦଘାଟିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗ ପକ୍ଷରୁ ଆଜି ଚାଷୀ ସଚେତନତା ପାଇଁ କୃଷିରଥ ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସୂଚନା, ଯୋଜନା, ସହାୟତା ଓ ପ୍ରସାରଣ ସମ୍ବନ୍ଧରେ ଅବଗତ କରିବା ପାଇଁ ଏହି କୃଷିରଥ ଶୁଭାରମ୍ଭ ହୋଇଥିବା ଜଣାଯାଇଛି । ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ସମ୍ମାନୀତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ପ୍ରଣିତକାନ୍ତି ସାମଲ, ଅନ୍ୟତମ ଅତିଥି ଭାବେ ବିଡିଓ ଦେବଦତ୍ତ ଦାସ, ଆତ୍ମାର ବୈଷୟିକ କମିଟି ଅଧ୍ୟକ୍ଷା ରଶ୍ମିତାବାଳା ନାୟକ ପ୍ରମୁଖ ଯୋଗଦେଇ କୃଷିରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୃଷି ବିଭାଗ ପକ୍ଷରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଜନସଚେତନତା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତରେ କୃଷିରଥ ୬ଦିନ ଧରି ପରିକ୍ରମା କରିବା ସହ ସାଂସ୍କୃତିକ କାର୍ଯ୍ୟ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବ ବୋଲି ସୂଚନା ଦିଆଯାଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟଣ ପାଣି, ପ୍ରସାଦ କୁମାର ନାୟକ, ଆଶିଷ କୁମାର ରାଉତ, ସ୍ମୃତିରଞ୍ଜନ ରାଉତ, ମମତା ମଞ୍ଜରୀ ସେଠୀ, ଗୀତାଞ୍ଜଳୀ ପତି, ନିରୂପମା ନାୟକ, ମାନସ କୁମାର ଜେନା, ତାରିଣୀ ପ୍ରସାଦ ନାୟକ, ଅବିନାଶ ଜେନା ପ୍ରମୁଖ ପରିଚାଳନା କରିଥିଲେ । କୃଷକ ସାଥି ପ୍ରଫୁଲ୍ଲ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ