ଦିଗପହଣ୍ଡି ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ସଫଳତା ଛାତ୍ର ସୁମନ ଶୀର୍ଷରେ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ lଛାତ୍ର ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୨୩ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଏ-୧ ରହିଥିବା ବେଳେ ୨୬ ଜଣ ଏ-୨ , ୨୭ ଜଣ ବି-୧, ବି-୨ ,୨୪ ଜଣ,ସି – ୨୧ ଜଣ,ଡି -୧୬ ଏବଂ ୬ ଜଣ ଛାତ୍ରୀ ଛାତ୍ର ଇ – ଗ୍ରେଡ ଜରିଆରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟା ମନ୍ଦିର ପାଇଁ ସଫଳତା ଆଣିଛନ୍ତି । ଏଥିସହ ବିଦ୍ୟାମନ୍ଦିର ଛାତ୍ର କେ . ସୁମନ ପାତ୍ର ସର୍ବାଧିକ ୫୫୩ ନମ୍ବର ୯୨ ପ୍ରତିଶତ ମାର୍କ ରଖି ଶୀର୍ଷରେ ରହିଥିବା ବେଳେ ଛାତ୍ରୀ ଅଞ୍ଜନା କୁମାରୀ ସ୍ବାଇଁ ୫୪୨ ନମ୍ବର , ଋତୁପର୍ଣ୍ଣା ହୋତା ୫୪୧ ନମ୍ବର ରଖିଥିବା ଜଣାପଡିଛି । ପ୍ରଧାନାଚାର୍ଯ୍ଯ ଲକ୍ଷ୍ମୀକାନ୍ତ ମିଶ୍ର ଓ ଭଗବତୀ ପ୍ରସାଦ ମିଶ୍ର କୃତକାର୍ଯ୍ଯ ହୋଇଥିବା ସମସ୍ତ ଛାତ୍ରୀ ଛାତ୍ର ଙ୍କୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟା ମନ୍ଦିରର ଏହି ସଫଳତାର ଶ୍ରେୟ ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ଙ୍କ ତ୍ରିକୋଣୀୟ ଶିକ୍ଷା ବ୍ୟବସ୍ଥାର ସଫଳ ରୂପାୟନ ବୋଲି କହିଛନ୍ତି। ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ ଙ୍କ ସୁସଙ୍ଗଠିତ ଶିକ୍ଷାଦାନ, ଛାତ୍ରୀ ଛାତ୍ର ଙ୍କ ଅଧ୍ୟବସାୟ ତଥା ଅଭିଭାବକ ମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଦିଗପହଣ୍ଡି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ମନପ୍ରିୟା ପାଣିଗ୍ରାହୀ ଏ-୧ ଏବଂ ସ୍ଥାନୀୟ ବଡଖେମୁଣ୍ଡି ହାଇସ୍କୁଲରୁ ନବକିଶୋର ଚୈଧୁରୀ ବିଦ୍ୟାଳୟ ପାଇଁ ସର୍ବାଧିକ ନମ୍ବର ରଖିଥିବା ଜଣାପଡିଛି । ଛାତ୍ରୀ ଛାତ୍ର ମାନଙ୍କ ଏଭଳି ସଫଳତା ପାଇଁ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ