ଜଳ ଯୋଗାଣ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି I ଆଜି ବେଲଗୁଣ୍ଠା ନିକଟସ୍ଥ ଏକ ସାଂଗଠନିକ ବୈଠକରେ ନୂତନ ସଭାପତି ଭାବେ ଅମୂଲ୍ୟ ସ୍ଵାଇଁ, ସମ୍ପାଦକ ଭାବେ ଭଗବାନ ବେହେରା ଏବଂ ସହସମ୍ପାଦକ ଭାବେ ଲିଲନ୍ ବିଶ୍ୱାଳ ନିର୍ବାଚିତ ହୋଇଥିଲେ I କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଜଳ ଯୋଗାଣ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଜିତେନ୍ଦ୍ର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ I


