ଜାଣନ୍ତୁ ଘର ସାମ୍ନାରେ କେଉଁ ଗଛ ରହିଲେ ଅମଙ୍ଗଳ
ଘର ବାହାରେ ରଖାଯାଉଥିବା ଜିନିଷ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ । ଯେମିତି ଗଛ । ଘର ବାହାରେ ସାଧାରଣତଃ ଗଛ ଥାଏ । କିଛି ଗଛ ଆପେ ଆପେ ଉଠିଥାଏ ତ କିିଛି ଗଛ ଆମେ ଲଗାଇଥାଉ । ଶାସ୍ତ୍ରବିତ୍ଙ୍କକହିବା ଅନୁସାରେ ଗଛ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ । ଘର ବାହାରେ କେବେ କଣ୍ଟାଗଛ ଲଗାନ୍ତୁ ନାହିଁ । ତା’ସହିତ କ୍ଷୀର ବାହାରୁଥିବା ଗଛ ମଧ୍ୟ ଲଗାନ୍ତୁ ନାହିଁ । ଏଥିସହ ଘର ବାହାରେ କେବେ ପଥର ଗଦାକରି ରଖନ୍ତୁ ନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ । ଘରେ ଅଶାନ୍ତି ଦେଖାଯାଇଥାଏ ।


