ଜାତିସଂଘର ମହାସଚିବ ସତ୍ୟ ତ୍ରି।ଠୀଙ୍କ ସହ ଆଲୋଚନା କଲେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ. ତ୍ରି।ଠୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଭାରତର ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେ ଆଲୋଚନା କରିଛନ୍ତି । ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ବିଶ୍ୱରେ ଭାରତକୁ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଆଲୋଚନାରେ ବ୍ୟାଙ୍କି ଅନୁଷ୍ଠାନର ମୁଖ୍ୟ ଓ ଜୈବ ଇନ୍ଧନ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ । ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଭାରତ ସରକାର ଜୈବ ଇନ୍ଧନ ଦିଗରେ ଅନେକ ଗୁରୁତ୍ୱ ୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଦେଶର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ୫ ହଜାର ସିବିଜି ପ୍ଲାଂଟ ପ୍ରତିଷ୍ଠା କରାଯାଉଛି । ଏହା ଜୈବ ଇନ୍ଧନ କ୍ଷେତ୍ରର ଅର୍ଥନୀତିକୁ ଗତି ଦେବ ଏବଂ ନିଯୁକ୍ତି ସୃଷ୍ଟି କରିବା ସହ ଦେଶର ବିକାଶ କରିବା ସହ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଆଗ୍ରସର କରିବ । କୃଷି ବର୍ଜ୍ୟ ବସ୍ତୁ ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶକୁ ଉର୍ଜାରେ ପରିଣତ କରିବା ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଜନ ସ୍ୱାସ୍ଥ୍ୟ ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ସୁ ୍ରଭାବ ପକାଇବ । ଆଜିର ଆଲୋଚନା ଆବର୍ଜନାରୁ ଉର୍ଜା କାର୍ଯ୍ୟକ୍ରମ ଦିଗରେ ଭାରତର ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବ ଏବଂ ଭଲ ବ୍ୟବସାୟ ମଡେଲ ପ୍ରତିଷ୍ଠା କରିବ, ଯାହା ଅଂଶୀଦାର, ଚାଷୀ ଏବଂ ଉଦ୍ୟୋଗୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ