ଜାତୀୟ ଏକତା ଓ ସଂହତିକୁ ମଜବୁତ୍ ରଖିବାର ଚାବିକାଠି ଆମ ହାତରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଦ୍‌ଭାବନା ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କୁ ସଦ୍‌ଭାବନା ଦିବସର ଶପଥପାଠ କରାଇ କହିଥିଲେ ଆମ ହାତରେ ଜାତୀୟ ଏକତା ଓ ସଂହତିକୁ ମଜଭୁତ୍ ରଖିବାର ଚାବିକାଠି ରହିଛି । ଆଂଚଳିକତାବାଦ, ସାମ୍ପ୍ରଦାୟିକତାବାଦ, ଜାତିବାଦର ନିଗଡ଼ ମଧ୍ୟରୁ ବାହାରି ଜାତୀୟ ସଂହତି ଓ ଦେଶର ଅଖଣ୍ଡତାକୁ ବଜାୟ ରଖିବା ଦାୟିତ୍ୱ ଆମର । ଏଣୁ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ସଦ୍‌ଭାବ ସୃଷ୍ଟି କରି ସମାଜରେ ଶାନ୍ତିର ଗଜଲ୍ ଶୁଣାଇବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ହିଂସାକୁ ପରିତ୍ୟାଗ କରି ଆପୋଷ ବୁଝାମଣା ଓ ସମ୍ବିଧାନ ପ୍ରଦତ୍ତ ନୀତି ଅନୁସାରେ ସମସ୍ୟାର ସମାଧାନ କରି ସୁନାଗରିକ ହେବା ପାଇଁ ସମସ୍ତେ ଶପଥ ନେଇଥିଲେ । ସୂଚନାଯୋଗ୍ୟ ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସରେ (ଅଗଷ୍ଟ ମାସ ୨୦ ତାରିଖ) ପ୍ରତ୍ୟେକ ବର୍ଷ ପାଳନ ହୋଇଆସୁଛି ସଦ୍‌ଭାବନା ଦିବସ । ମାତ୍ର ଚଳିତବର୍ଷ ଅଗଷ୍ଟ ମାସ ୨୦ ତାରିଖ ରବିବାର ପଡ଼ୁଥିବାରୁ ଭାରତ ସରକାରଙ୍କ ନିଷ୍ପତିକ୍ରମେ ଏବଂ ଓଡ଼ିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶକ୍ରମେ ଅଗଷ୍ଟ ମାସ ୧୮ ତାରିଖରେ ସଦ୍‌ଭାବନା ଦିବସ ପାଳନ କରାଯାଇଛି । ଏହି ସଦ୍‌ଭାବନା ଶପଥ ଉତ୍ସବରେ ଡେପୁଟି କଲେକ୍ଟର୍ ଡଃ ଅନନ୍ୟା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ପଂଚାୟତ ଅଧିକାରୀ ଚନ୍ଦ୍ରଶେଖର ମହାରଣା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଅମ୍ବରୀଶ ସାମଲ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ଉପଖଣ୍ଡ ପଂଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ, ବିଭିନ୍ନ ବିଭାଗର ସେକ୍ସନ୍ ଅଧିକାରୀ, ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ୱ ସହାୟକ ଓ ବହୁ କର୍ମଚାରୀ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭାବନା ଦିବସ ଆଲୋକ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ