ଜିଲାପ୍ରଶାସନ ପକ୍ଷରୁ ନିଷ୍ପତିରେ ଟିକେ ପରିବର୍ତନ ହୋଇଛି
ଯାଜପୁର,(ଓ୍ବାଇଏନ୍ଏସ୍):ଯାଜପୁର ଜିଲାପ୍ରଶାସନ ପକ୍ଷରୁ ବହି ଦୋକାନା, ଗ୍ୟାରେଜ, ବିଦ୍ୟୁତ୍ ଉପକରଣ ଦୋକାନ ଖୋଲିବା ଲାଗି ନେଇଥିବା ନିଷ୍ପତିରେ ଟିକେ ପରିବର୍ତନ ହୋଇଛି । ଏହି ସବୁ ଦୋକାନ ଦୈନିକ ପରିବର୍ତେ କେବଳ ରବିବାର ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତି ନେଇଛି ପ୍ରଶାସନ । ସେହିପରି ସାଇକେଲ ମରାମତି, ଦୁଗ୍ଧଯାତ ସାମଗ୍ରୀ ଆଦି ଦୈନିକ ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲିବା ନିୟମ ବଳବତର ରହିଛି । ଅଧିକ ଦୋକାନ ଖୋଲା ହେବା ପଂଳରେ କେତେକ ଅମାନିଆ ବିଭିନ୍ନ ବାହାନା ଦେଖାଇ ବଜାର ଘାଟରେ ଅଯଥା ଭିଡ ଜମାଉଛନ୍ତି । ଜିଲାପାଳ ଆଜି ସକାଳେ ବିଭିନ୍ନ ବଜାର ପରିଦର୍ଶନ କରିବା ପରେ ଏପରି ନିଷ୍ପତି ନେଇଛନ୍ତି । ବଜାରରେ ଅନେକ ଅମାନିଆ ଭିଡ ଜମାଉଥିବାରୁ ସେମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି ଜିଲାପାଳ । କେତେକ ବାଇକରୁ ପମ୍ପ ମଧ୍ୟ ଖୋଲାଯାଇଛି । ବଜାର ଆସିବା ବାହାନାରେ ସାମଜିକ ଦ୍ୱରତ୍ୱକୁ ପାଳନ କରୁନଥିବାରୁ କୋରୋନା ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ବିଶେଷ କରି ଯାଜପୁର ଜିଲାରେ ୨ୟ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।


