ଫେସବୁକ କମେଣ୍ଟ କୁ ଅଭିଯୋଗ ଭାବେ ଗ୍ରହଣ କଲା ଜିଲା ପ୍ରଶାସନ

ଯାଜପୁର,(ଓ୍ବାଇଏନ୍ଏସ୍):ରାଜ୍ୟ ସରକାର ୫ଟି କୁ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଠିକ ଭାବେ ପାଳନ କରିଛି। ସୋସିଆଲ ମିଡ଼ିଆ ର କମେଣ୍ଟ କୁ ଅଭିଯୋଗ ପତ୍ର ଭାବେ ଗ୍ରହଣ କରି ହିତାଧିକାରୀଙ୍କ ନିକଟରେ ରାସନ ସମଗ୍ରୀ ପହଞ୍ଚାଇ ଛି ଜିଲା ପ୍ରଶାସନ। ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତର ଭଳିନୂଆଗାଁରେ ରହୁଥିବା ଅଶୋକ କୁମାର ସାହୁ ରାସନ୍ ସାମଗ୍ରୀ ପାଉନଥିବା ଫେସବୁକ ଗ୍ରୁପ ଯାଜପୁର ଖବର ଏକ ପୋଷ୍ଟ ର କମେଣ୍ଟ ବକ୍ସ ରେ ଜନୈକ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହି କମେଣ୍ଟ କୁ ଯାଜପୁର ଜିଲ୍ଲା ପ୍ରଶାସନ ଅଭିଯୋଗ ଭାବେ ଗ୍ରହଣ କରିଥିଲା। ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଏହାର ତଦନ୍ତ ପାଇଁ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଘଟଣାର ତଦନ୍ତ ପାଇଁ ବରୀ ବ୍ଲକ ଭାରପ୍ରାପ୍ତ ବିଡ଼ିଓ ଶାଶ୍ଵତ କୁମାର ଜେନାଙ୍କ ସହ ବରୀ ତହସିଲଦାର୍ ସରୋଜ କାନ୍ତ ନାୟକ, ବରୀ ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର, ବରୀ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ବେହେରା ଅଶୋକ ସାହୁଙ୍କ ଘରେ ପହଞ୍ଚିଥିଲେ l ଆଧାର ସଂଯୋଗ ନଥିବାରୁ ଅଶୋକ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଥିଲା। ଏହାର ତୁରନ୍ତ ସମାଧାନ ସହ ବରୀ ପ୍ରଶାସନ ଅଶୋକଙ୍କ ପରିବାରକୁ ତୁରନ୍ତ ଅଗ୍ରୀମ ରାସନ୍ ସାମଗ୍ରୀ ଯୋଗାଇ ଦେଇଥିଲା l ଅଶୋକ ଜଣେ ଦିନମଜୁରିଆ ହୋଇଥିବା ବେଳେ ଘରେ ବିଧବା ମା, ସ୍ତ୍ରୀ ଆଉ ଦୁଇ ଝିଅ । ତେବେ ପ୍ରଶାସନର ଏଭଳି କାର୍ଯ୍ୟକୁ ଅଶୋକଙ୍କ ସହ ଗ୍ରାମବାସୀମାନେ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ