ଗଂଜାମ ଏନଏସିର ଉନ୍ନୟନ ପ୍ରକଳ୍ପ ସମୀକ୍ଷା କଲେ ବିଧାୟକ

ଗଂଜାମ, ( ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଏନଏସିର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ସହ ଅଞ୍ଚଳବାସୀଙ୍କ ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆଲୋଚନା କରିଛନ୍ତି । କାର୍ଯ୍ୟାଳୟ ପରିସରରେ ସମୀକ୍ଷା ବୈଠକ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ତହସିଲଦାର ଅବନୀ କୁମାର ସାହୁ ଉପସ୍ଥିତି ଥିଲେ । ଏନଏସିକୁ ସ୍ମାର୍ଟସିଟି କରିବା ପାଇଁ ଆସିଥିବା ଅନୁଦାନ ରେ ପାର୍କ ନିର୍ମାଣ, ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ମଶାଣି ନିର୍ମାଣ, ଷ୍ଟାଡିୟମ ନିର୍ମାଣ କରାଯିବ ସେନେଇ ସ୍ଥାନ ଚିହ୍ନଟ ଓ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଥିଲେ ବିଧାୟକ ବେହେରା । କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ କହିଥିଲେ ତହସିଲଦାରଙ୍କୁ ସରକାରୀ ଯାଗା ଚିହ୍ନଟ ପାଇଁ କୁହାଯାଇଛି , ସେ ଅନୁସାରେ ପ୍ରକଳ୍ପନିର୍ମାଣ କରାଯିବ ବୋଲି କହିଥିଲେ । ସବରେଜିଷ୍ଟ୍ରର ଅଫିସ ଗଞ୍ଜାମ ସହରର ଠାକୁରାଣୀ ମନ୍ଦିର ନିକଟ ସରକାରୀ ଯାଗାରେ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବି କରିବାରୁ ବିଧାୟକ ଏନେଇ ଜିଲ୍ଲାପାଳ ଙ୍କ ସହ ତହସିଲଦାର ଆଲୋଚନା କରି ପଦକ୍ଷେପ ନେବାକୁ କହିଥିଲେ । କଲ୍ୟାଣମଣ୍ଡପ ର ନିର୍ମାଣ ପାଇଁ ଡିଜାଇନ କାମ ସରିଯାଇଛି , ତୁରନ୍ତ ଟେଣ୍ଡର ହୋଇ କାମ ଆରମ୍ଭ ହେବ ବୋଲି କହିଥିଲେ । ସହରରମୁଖ୍ୟ ଡ୍ରେନ ର ପୁନରଉଦ୍ଧାର ପାଇଁ ଡ୍ରେନଜ ବିଭାଗ କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ । ସହରର ଏକ ଆଇବି ନିର୍ମାଣ ହେବ ଏଥିପାଇଁ ସେ ପୂର୍ତ୍ତ ବିଭାଗ ର ଅଧ୍ୟକ୍ଷେଣ ଯନ୍ତ୍ରି ( ରାସ୍ତା ଓ କୋଠା ବାଡି) ବିନୋଦ ପାଢ଼ୀଙ୍କୁ ଧନ୍ୟବାଡ଼ ଦେଇଥିଲେ ବିଧାୟକ । ଗଞ୍ଜମ ସହରର ପଟା ସମସ୍ୟା ନେଇ ଆଲୋକ ପାତ କରିଥିଲେ ।ଏଥିରେ ପୁର୍ବତନ ନଗରପାଳ ବୃନ୍ଦାବନ ପଲେଇ, ବରିଷ୍ଠ ନାଗରିକ ପରିଷଦ ର ସଭପତି ଲିଙ୍ଗରାଜ ପଟନାୟକ, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ବିଜେପି ନଗର ସଭାପତି ସୁଦାମ ଜେନା, ବିଜେଡି ନଗର ସଭାପତି ରାଜୁ ରେଡି, ପୁର୍ବତନ କାଉନସିଲର ବୁଡୁ ସାହୁ, ଦଣ୍ଡପାଣିପରିଡ଼ା, ଡିକେରାଓ, ଦୁର୍ଗାମାଧବପାଣିଗ୍ରାହୀ, ପୁର୍ବତନ ସାଂସଦ ପ୍ରତିନିଧି ସୁଧିର ପାଢ଼ୀ, ସୁଦାମ ପଲେଇ, ବରିଷ୍ଠ ନାଗରିକ ଦେବେନ୍ଦ୍ର ପଣ୍ଡା, ନରସିଂହ ମହାପାତ୍ର, ମଙ୍ଗରାଜ ପାଣ୍ଡ , ବିଜେଡି ନେତା ସୁଧିର ପଲେଇ, ଓ ଅଭିଦଳେଇ, ଗିରିଜା ଶଙ୍କର ମହାପାତ୍ର, ପର୍ଶୁରାମ ପରିଡାଅଜୟ କୁମାର ବାରିକ ପପିମହାଙ୍ଗୁଡ଼, ପ୍ରେସକ୍ଲବ ସଭାପତି ଶବର ତରାଇ, ଉପସଭାପତି ବିନୋଦ ଚନ୍ଦ୍ର ପଲେଇ, ଉପଦେଷ୍ଟା ଉମାକାନ୍ତ ବେହେରା, ଓ ନିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ପଟେ ଓଡ଼ିଆ ଢାମଣା ସାହିର ରାମେଶ୍ୱର ମନ୍ଦିର ପଡିଆ ରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ କୁ ସାହି ବାସିନ୍ଦା ବିରୋଧ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଭେଟି ମନ୍ଦିର ସ୍ଥାନରେ କିପରି କରାଯାଉଛି ବୋଲି କହିବା ସହ ଏନେଇ ବିଧାୟକ ଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଦାସ ଙ୍କ ସହ ଯୋଗାଯୋଗ କାରିବାରୁ ଜାଗା ଚିହ୍ନଟ ପାଇଁ କୁହାଯାଉଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ