ଟ୍ରାଫିକ ସମସ୍ୟା ନେଇ ଏସପିଙ୍କ ଭେଟିଲା ହେଲପିଙ୍ଗ ସୋସାଇଟ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ସାମାଜିକ ସଂଗଠନ ‘ହେଲପିଙ୍ଗ ସୋସାଇଟି’ର ଏକ ପ୍ରତିନିଧି ଦଳ ନୂଆ ଭାବେ ଦାୟତ୍ୱ ଗ୍ରହଣ କରିଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ବେଳେ ସହର ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ସଂଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । େ ବିଶେଷ କରି ସହରର ଓଟି ରୋଡ଼ରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଟ୍ରାଫିନ ନିୟମର ସଠିକ ପାଳନ ନହେବା, ଜରୁରୀକାଳୀନ ଲେନ ଦୁଇଚକିଆ ଯାନରେ ଜାମ ରହିବା ଫଳରେ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକି ରହିବା, ଟ୍ରାଫିକ ପୋଷ୍ଟରେ ଜେବ୍ରା କ୍ରସିଂ ନ ଥିବାରୁ ଯିଏ ଯେମିତି ପାରୁଛି ସେମିତି ଠିଆ ହେଉଛି, ଟ୍ରାଫିକ ପୋଷ୍ଟରେ ସିଗନାଲରେ ଟାଇମିଂ ଠିକ ନରହିବା, ଟ୍ରାଫିକ ପୋଷ୍ଟ ସିସି କ୍ୟାମେରା ଅଚଳ ହୋଇପଡ଼ିବା, ଫାଣ୍ଡିଛକର-ମୋତିଗଞ୍ଜ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବେଆଇନ ଗାଡ଼ି ପାର୍କିଂ ହେବା ଆଦି ପ୍ରସଙ୍ଗ ଉପରେ ସଂଗଠନର କର୍ମକର୍ତ୍ତାମାନେ ଏସପିଙ୍କୁ ସୂଚନା ଦେଇଥିଲେ । ଏନେଇ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଏସପିଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ସଭାପତି ହ୍ରିତିକ ନାୟକ, ଉପସଭାପତି ଜୀବନ ସଂଗ୍ରାମ ମିଶ୍ର, ଉପ-ସଭାତି ଶେଖ୍ ନାଜିମ୍‌, ସାଧାରଣ ସମ୍ପାଦକ ଅରୂପ ସାହୁ, ରଜତ ଘଡ଼େଇ, ଦିବ୍ୟରଞ୍ଜନ୍ ଦାଶ, ସୁମିତ ରଞ୍ଜନ କର, ସମ୍ପାଦକ ପଙ୍କଜ ଘୋଷ୍‌, ସହ ସମ୍ପାଦକ ରୁଦ୍ରନାରାୟଣ ପିରି, ଆଶିଷ କୁମାର ଆସ୍‌, ହାଇଦର ଅଲି ଖାନ୍‌, ମିଡିଆ ସଂଯୋଜକ ସୁଧାଂଶୁ ଶେଖର ବାରିକ ପ୍ରମୁଖ ସଂଗଠନ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ ଟ୍ରାଫିକ ସମସ୍ୟା ସମାଧାନ ନେଇ ସେ ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ଏସପି ଶ୍ରୀମତୀ ନାଥ ପ୍ରତିଶ୍ରୁତି ଦେଇଥିବା ‘ହେଲପିଙ୍ଗ ସୋସାଇଟି’କର୍ମକର୍ତ୍ତାମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ