୯ ଦଫା ଦାବି ନେଇ କରଞ୍ଜିଆ କଂଗ୍ରେସ ର ବ୍ଲକ ଘେରାଉ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ରାଜ୍ୟ କଂଗ୍ରେସ ର ଡାକରା କ୍ରମେ ଆଜି କରଞ୍ଜିଆ କଂଗ୍ରେସ ତରଫରୁ ୯ ଦଫା ଦାବି ନେଇ ପଞ୍ଚାପୀଢ଼ ଉପଖଣ୍ଡ ର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା।ବରିଷ୍ଠ କଂଗ୍ରେସ ନେତା ଭୁବନ ସାହୁଙ୍କ ନେତୃତ୍ୱ ରେ ଲାଲନ ସିନ୍ହା,ଧରଣୀ ମହାନ୍ତ, କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରାହୁଲ ସିନ୍ହା,ସଂଯୋଜକ ଜ଼ାକିର ହୁସେନ, , ଚନ୍ଦ୍ର କୁମାର ଶୁଭେନ୍ଧୁ ଦାଶ,ନିର୍ମଳ ସେଠୀ, ବନମାଳୀ ମହାନ୍ତ, ଗୋଲାପ ମଞ୍ଜରୀ ସୋରେନ, କମଳା ସୀଙ୍କୁ, ଘନଶ୍ୟାମ ମହାନ୍ତ, ପ୍ରତାପ ମହାନ୍ତ, ଗଣେଶ ନାୟକ, ନବକିଶୋର ଟାଙ୍ଗୀରିଆ, ରମେଶ ବାଣସୁଲିଆ ପ୍ରମୁଖ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବ୍ଲକ୍ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କରିବା। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଞ୍ଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଞ୍ଚାୟତ ମାଧ୍ୟମରେ ଖର୍ଚ୍ଚ କରିବା, ନାରୀ ନିର୍ଯାତନା ବନ୍ଦ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିୟମ ଅନୁଯାୟୀ ହିତାଧିକାରୀ ବାଛିବା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ଖାଲି ପଡ଼ିଥିବା ୨.୨୬ଲକ୍ଷ ସରକାରୀ ପଦବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବା । ରାଜ୍ୟର ଧାନର ଅଭାବୀ ବିକ୍ରି ବନ୍ଦ କରିବା, ପ୍ରତି ବ୍ଲକ୍ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ୨୪ ଘଣ୍ଟିଆ ଗୁଣାତ୍ମକ ବିଜୁଳି ସେବା ଓ ଟାଟା କମ୍ପାନିର ଖାଉଟି ଶୋଷଣ ନୀତିକୁ ବନ୍ଦ, ଅନୁସୂଚିତ ଜାତି, ଜନଜାତି ପଛୁଆବର୍ଗଙ୍କ କଂଗ୍ରେସ ସରକାର ସମୟରେ ହୋଇଥିବା ଅଧିକାର ସୁରକ୍ଷା ପ୍ରସଙ୍ଗ ନେଇ ବକ୍ତାମାନେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଉପରେ ଗର୍ଜିନ କରିଥିଲେ। ଶେଷ ରେ କରଞ୍ଜିଆ ବିଡ଼ିଓ ହୃଦାନନ୍ଦ ଅଧା ଙ୍କୁ କଂଗ୍ରେସ ନେତୃବୃନ୍ଦ ଦାବିପତ୍ର ପ୍ରଦାନ କରିଥିଲେ।


