ଜିଲ୍ଲାପାଳଙ୍କ ନାଉଗାଁ ବ୍ଳକଗ୍ରସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଲେ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକକୁ ଶୁକ୍ରାବର ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପାଟୱାରୀ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଓଷକଣା ପଂଚାୟତର ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ । ପ୍ରଥମେ ଜିଲ୍ଲାପାଳ ବ୍ଳକ କାର୍ଯ୍ୟାଳୟକୁ ଆସି ଜାମୁଗାଁ ପଂଚାୟତ ଚକୁଳିପଡା, ନାଉଗାଁ ପଂଚାୟତ ମାରେଡା ଠାରେ ଚାଲିଥିବା ମନରେଗା କାର୍ଯ୍ୟର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ପରେ ଡେରିକି ପଂଚାୟତର କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟରେ ୫ଟି ଅଧିନରେ ଚାଲିଥିବା କାର୍ଯ୍ୟକ୍ରମ ମାନ ବୁଲି ଦେଖିଥିଲେ । ବିଦ୍ୟାଳୟର ପରିସର ଅପରିଷ୍କାର ହୋଇଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଓଷକଣା ପଂଚାୟତ ରେ ଚାଲିଥିବା ମନରେଗା କାର୍ଯ୍ୟ ବୁଲି ଦେଖିବା ସହିତ ପଂଚାୟତ କାର୍ଯ୍ୟାଳୟରେ ପହଂଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଙ୍କ ସହିତ ବିଡିଓ ରଶ୍ମୀରେଖା ମଲ୍ଲିକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ଅଙ୍କିତା ଜାଲି, କନିଷ୍ଠ ଯନ୍ତ୍ରୀ ସ୍ମୃତିରଂଜନ ନାୟକ,ଏପିଓ ତଥା ପିଇଓ ଅରୁଣ ପ୍ରଧାନ ଆଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗତ ୭ତାରିଖରେ ଜିଲ୍ଲାପାଳଙ୍କ ନାଉଗାଁ ବ୍ଳକଗ୍ରସ୍ତ କାର୍ଯ୍ୟକ୍ରମ ରହିଥିଲା । ସମ୍ଭାବ୍ୟ ବାତ୍ୟା ପାଇଁ ତାହା ସ୍ଥଗିତ ରଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ