ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅକ୍ଟୋବର ୧୦ରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ଆସନ୍ତା ଅକ୍ଟୋବରମାସ ୧୦ତାରିଖ ସାଢେ ୧୦ଟା ସମୟରେ ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହି ଜନଶୁଣାଣି ଶିବିରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର, ସିଡିପିଓ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀମାନେ ଯୋଗଦେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଶୁଣାଣିରେ ସହଯୋଗ କରିବେ । ସେହିପରି ଅକ୍ଟୋବରମାସ ୧୭ତାରିଖରେ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ, ୨୫ତାରିଖରେ ରାଜନଗର ବ୍ଲକରେ, ୩୧ତାରିଖରେ ଗରଦପୁର ବ୍ଲକରେ, ନଭେମ୍ବରମାସ ୭ତାରିଖରେ ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ, ୧୪ତାରିଖରେ ରାଜକନିକା ବ୍ଲକ କାର୍ଯ୍ୟାଳୟରେ, ୨୧ରେ ମାର୍ଶାଘାଇ ବ୍ଲକରେ, ୨୮ତାରିଖରେ ଆଳି ବ୍ଲକ କାର୍ଯ୍ୟାଳୟରେ, ଡିସେମ୍ବରମାସ ୫ତାରିଖରେ ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ, ୧୨ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ, ୧୯ତାରିଖରେ ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଏବଂ ୨୬ତାରିଖରେ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ