ସେପ୍ଟେମ୍ବର ୧୦ରେ କେନ୍ଦ୍ରାପଡାରେ କ୍ଷୁଦ୍ର ନିଯୁକ୍ତି ମେଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ହାଇସ୍କୁଲ ପରିସରରେ ଆସନ୍ତା ସେପ୍ଟେମ୍ବର ୧୦ତାରିଖ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଦ୍ୱାରା ଏକ ତ୍ରୈମାସିକ କ୍ଷୁଦ୍ର ନିଯୁକ୍ତିମେଳା ଅନୁଷ୍ଠିତ ହେବ । ଏହି ନିଯୁକ୍ତି ମେଳାରେ ଜିଲ୍ଲାର ମାଟ୍ରିକ ପାସ ଏବଂ ଫେଲ ହୋଇଥିବା, ଆଇ.ଟି.ଆଇ. ପାସ, ଡିପ୍ଲୋମା ପାସ, ସ୍ନାତ୍ତକ ପାସ କରିଥିବା ସହିତ ଚାକିରୀ ଆଶାୟୀ ବେକାର ଯୁବକ, ଯୁବତୀମାନେ ଯୋଗଦେଇ ଏହି ମେଳାର ସୁଯୋଗ ନେବାକୁ ଜିଲ୍ଲା ନିୟୋଜନ ଅଧିକାରୀ ଜଣାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଉପରୋକ୍ତ ଯୋଗ୍ୟତା ଥିବା ବେକାର ଯୁବକ/ଯୁବତୀମାନେ ଗୁଲନଗର ହାଇସ୍କୁଲରେ ହେବାକୁ ଥିବା କ୍ଷୁଦ୍ର ନିଯୁକ୍ତି ମେଳାରେ ଯୋଗଦେଇ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇବାର ସୁଯୋଗ ନେବାକୁ ନିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ