ଜିଲ୍ଲାରେ ମାଟ୍ରିକ ପାସହାର ୮୦.୧୯ ପ୍ରତିଶତ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଚଳିତବର୍ଷ ଜିଲ୍ଲାରେ ମାଟ୍ରିକ ପାସହାର ୮୦.୧୯ ପ୍ରତିଶତ ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ଏ- ୧ ଗ୍ରେଡରେ ୪୮ଜଣ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ଏ-୨ରେ ୩୨୮ଜଣ, ବି-୧ରେ ୭୪୦ଜଣ, ବି-୨ରେ ୧୩୮୯ଜଣ, ସି ଗ୍ରେଡରେ ୨୦୯୬ଜଣ, ଡି ଗ୍ରେଡରେ ୩୪୫୪ଜଣ ଓ ଇ ଗ୍ରେଡରେ ୭୨୭୧ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ ସୂଚନା ଦେଇଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ପାସହାର ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସ୍ତରର ପାସହାର ଅପେକ୍ଷା ଜିଲ୍ଲାର ପାସହାର ଅଧିକ ରହିଥିବା ଜିଲ୍ଲା ବିଜ୍ଞାନ ପରିଦର୍ଶକ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ