ଜିଲ୍ଲା କାର୍ଯ୍ୟାଳୟରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ସ୍ମୃତି ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ଜିଲା ବିଜେପି କାର୍ଯ୍ୟାଳୟରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ସ୍ମୃତି ଦିବସ ପାଳିତ ହୋଇଯାଇଛି। ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୁର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୁତି ସଭାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ବାଜପେୟୀଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ଆଜି ଭାରତୀୟ ଜନତା ପାର୍ଟି ବିଶ୍ବର ଏକ ନମ୍ବର ଦଳ ଓ କ୍ରମାଗତ ଭାବେ ତୃତୀୟ ଥର କେନ୍ଦ୍ରରେ ସରକାର ଗଠନ କରିବା ପଛରେ ଯେଉଁ କତିପୟ ମହାନୁଭବଙ୍କ ଅବଦାନ ରହିଛି ତା ମଧ୍ୟରେ ସ୍ବର୍ଗବାସୀ ବାଜପେୟୀଜୀ ଅନ୍ୟତମ ବୋଲି କହିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ସୁଷମାରାଣୀ ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ସମ୍ପାଦିକା ମହୁଆ ପ୍ରଧାନ ଓ ସସ୍ମିତା ଚାନ୍ଦ, ଭାରତୀ ମଲ୍ଲିକ, ରେଣୁ ବିଶ୍ବାଳ, ବିଭୁପଦ ଦାସ, ବିଜୟ ସାହୁ, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି, ମମତା ମହାପାତ୍ର ଓ କମଳଲୋଚନ ଦାସ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଏସସି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସନ୍ତୋଷ ସେଠୀ, କୃଷକ ମୋର୍ଚ୍ଚା ସଭାପତି ଅନୀଲ ସାହୁ, ମଣ୍ଟୁ ପେରିଓ୍ବାଲ, ସୁଶାନ୍ତ ବେରା, କାର୍ତ୍ତିକ ଗିରି, ଉମାକାନ୍ତ ପଣ୍ଡା, ସୁଇଟି ବାରିକ୍, ମାଳତୀ ନାୟକ, ସୁମତୀ ଦେ, ପୂଜା ତରେଇ, ମଣ୍ଡଳ ସଭାପତି ବିଭୂତି ସେନାପତି, କାହ୍ନୁଚରଣ ବେହେରା, ମଳୟ ବିଶ୍ବାଳ, ଗଗନ ସାହୁ, ରଞ୍ଜନ ମହାନ, ପତନ ବିଶ୍ବାଳ ପ୍ରମୁଖ ବାଜପେୟୀଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୂମନ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ