ଜିଲ୍ଲା ପରିଷଦ ଙ୍କ ହସ୍ତକ୍ଷେପ ପରେ ଖୋଲିଲା ସ୍ୱାସ୍ଥ୍ୟ ଉପ କେନ୍ଦ୍ର

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ପାଞ୍ଚଟି ଗ୍ରାମ କୁ ନେଇ ଗଠିତ ହୋଇଥିବା ବେଳେ ପ୍ରାୟ ରୁ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଜନବସତି ର ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ପଞ୍ଚାୟତ ବାହାରେ ସୁଦୁର ହିଞ୍ଜିଳିକାଟୁ କିମ୍ବା ଆସିକା ଯିବା କୁ ପଡିଥାଏ| ୨୦୧୩ ମସିହାର ତତ୍କାଳୀନ ସରପଞ୍ଚ ମନୋରମା ପୋଲାଇ ଙ୍କ ପ୍ରଚେଷ୍ଟାରେ ନରେନ୍ଦ୍ରପୁର ଗ୍ରାମ ରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମିତ ହୋଇଥିଲା। ୨୦୧୩ ମସିହାରେ ହିଁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭ ଉଦଘାଟନ କରିଥିଲେ। ବିଭିନ୍ନ ସମସ୍ୟା କାରଣ ରୁ ଦୀର୍ଘ ବର୍ଷ ହେବ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି କାଯ୍ୟରତ ନ ନୋଇ ବନ୍ଦ ହୋଇ ପଡ଼ିରହିଲା। ୫୮ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ପୋଲାଇ ଙ୍କ ପ୍ରଚେଷ୍ଟା ରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଟି କାର୍ଯ୍ୟରତ ହେଲା |ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି କାର୍ଯ୍ୟରତ ହେବା ଦ୍ଵାରା ନରେନ୍ଦ୍ରପୁର ଗ୍ରାମ ପଂଚାୟତ ବାସିନ୍ଦା ଖୁସିବ୍ୟକ୍ତ କରି କୃତଜ୍ଞତା ଜଣାଇ ଛନ୍ତି|ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ