ସୋରଡା ସି ଏଚ ସି, ବଦଳିଛି ପରିବେଶ ବଦଳିଛି ରୋଗିସେବା
ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ଓ କନ୍ଧମାଳ ସୀମାନ୍ତ ଅଞ୍ଚଳରେ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳବାସି ଙ୍କ ଏକ ପ୍ରମୁଖ ସ୍ଵାସ୍ଥ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋରଡା ବ୍ଲକ ର ୧୫ ରୁ ଅଧିକ ପଞ୍ଚାୟତ ନିର୍ଭରଶୀଳ। ପ୍ରତେକ ଦିନ ଏଠାକୁ ବିଭିନ୍ନ ପଞ୍ଚାୟତ ରୁ୩୦୦ ରୁ ଉର୍ଦ୍ଧ ରୋଗୀ ଏଠାକୁ ଚିକିଶ୍ଚ୍ଯା ପାଇଁ ଆସନ୍ତି। ଦୀର୍ଘ ବର୍ଷ ପରେ ଏଠାରେ ରୋଗୀ ସେବା ସୁଧୁରିବାରେ ଲାଗିଛି। ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ସନ୍ତୋଷ ପଣ୍ଡା କାର୍ଯ୍ୟ ରେ ଯୋଗ ଦେବା ପରେ ଏଠାରେ ନିଦାନ ସେବା, ନିରାମୟ, ପରି ଗୁରୁତ୍ଵ ପୂର୍ଣ୍ଣ ସେବା ଲୋକଙ୍କୁ ସୂଚାରୁ ରୂପେ ମିଳିବାର ଲାଗିଛି। ଏପରିକି ପ୍ରତିଦିନ ନିଦାନ ରେ ୫୦ ରୁ ଉର୍ଦ୍ଧ ରୋଗୀଙ୍କ ରକ୍ତ ପରୀକ୍ଷା ସମେତ ଅନ୍ୟାନ ପରୀକ୍ଷା ହେଉଛି। ନିରାମୟ ରୁ ପ୍ରତିଦିନ ୩୦୦ ରୁ ଉର୍ଦ୍ଧ ରୋଗୀ ଔଷଧ ପାଇବାରେ ସଫଳ ହେଉଛନ୍ତି। ଏ ସବୁ ବ୍ଯତୀତ ସୋରଡା ରେ ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ନିରନ୍ତର ସେବା ସହର ସମେତ ଅଞ୍ଚଳ ବାସୀ ଙ୍କୁ ରୋଗୀ ସେବା ଦେବାର ସଫଳ ହୋଇଛି। ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିଛି ବର୍ଷ ପୂର୍ବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଡାକ୍ତର ସନ୍ତୋଷ କୁମାର ପଣ୍ଡା ୨୦୧୯ ରେ ବଡଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଡେପ୍ଯୁଟେସନରେ ସୋରଡା ରେ ଯୋଗଦେବା ପରେ ବର୍ତମାନ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଉନ୍ନତ ମାନ ର ଚିକିଶ୍ଚ୍ୟା ଲୋକଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଆକୃଷ୍ଟ କରିବାରେ ସଫଳ ହୋଇଛି। ସୋରଡା ସମେତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଓ ଅନ୍ୟାନ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ସେବା ପାଇଁ ଆସିଥାନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ର ପରିବେଶ ମଧ୍ୟ ବଦଳିଛି। ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର କିଛି ବର୍ଷ ପୂର୍ବେ ଅବହେଳିତ ହୋଇରହିଥିଲା ଏବେ ତାହା ଲୋକଙ୍କ ପସନ୍ଦ ପାଲଟିଛି। ସ୍ୱାସ୍ଥ୍ୟ କେନ୍ଦ୍ର ର ସମୂଖ ଭାଗ ରେ ସୌନ୍ଦର୍ଜ୍ୟ କରଣ କରଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ରେ ଏକ ସୁନ୍ଦର ଗଣପତି ଙ୍କ ମନ୍ଦିର ରହିଛି। ଯେଉଁଠି ପ୍ରତିଦିନ ରୋଗୀ ମାନେ ପ୍ରଭୁ ଙ୍କ ଆରାଧନା କରିଥାନ୍ତି। ସମୁଖ ରେ ପ୍ଲାଷ୍ଟି ପରି ଅବ୍ୟବହୃତ ଜିନିଷ ର ସଦୁପଯୋଗ କରାଯାଇ ସୌନ୍ଦର୍ଯ କରଣ କରାଯାଇ ସି ଏଚ ସି ସୋରଡା ନିର୍ମାଣ କରାଯାଇଛି।ଭିତରେ ରହିଛି ସୌନ୍ଦର୍ଯ ବୃଦ୍ଧି କରୁଥିବା ୱାଟର ଫାଉଣ୍ଟେନ। ଯେଉଁଠି ଛୁଆ ପାଇଁ ମାଁ କ୍ଷୀର ର ସବୁଠାରୁ ଉତମ ଖାଦ୍ଯ ର ସଚେତନତା ପାଇଁ ଏକ ସୁନ୍ଦର ମୂର୍ତ୍ତି ରହିଛି। ପ୍ରତିଦିନ ଏହି ୱାଟର ଫାଉଣ୍ଟେନ ର ମଜା ମଧ୍ୟ ସହର ବାସି ନେଇଥାନ୍ତି। ଛୋଟ ହେଲେ ମଧ୍ୟ ସୁନ୍ଦର ବଗିଚା ରହିଛି। ଯାହା ସ୍ୱାସ୍ଥ୍ୟ କେନ୍ଦ୍ର ର ସୌନ୍ଦର୍ଜ୍ୟ ବଢାଉଛି। ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ପ୍ରଦାନ ପାଇଁ ରହିଛି ଆନନ୍ଦ ବ୍ୟାୟମ କେନ୍ଦ୍ର। ପ୍ରାତଃ ସମୟରେ ମଧୁମେୟ ରୋଗୀ ଓ ୪୦ ବର୍ଷ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଏହି ବ୍ୟାୟମ କେନ୍ଦ୍ର ର ବ୍ୟବହାରର କରିଥାନ୍ତି। ଏହି କେନ୍ଦ୍ର ରେ ଉତମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକରଣ ମଧ୍ୟ ରଖାଯାଇଛି। ରୋଗୀ ଙ୍କୁ ବ୍ୟାୟମ ପାଇଁ ପରାମର୍ଶ ଦିଆଯିବା ସହ ଏହା ର ଉପଯୋଗ ମଧ୍ୟ ବୁଝା ଯାଉଛି। ସକାଳୁ ଏହି ପରିସର ମଧ୍ୟ ରେ ଲୋକେ ଯୋଗ କରିବା ପାଇଁ ମଧ୍ୟ ଆସିଥାନ୍ତି। ଅନେକ ସମୟରେ ଡାକ୍ତରଖାନା ପ୍ରତି ଲୋକଙ୍କ ଏକ ଅକୁହା ଭୟ ସବୁବେଳେ ରହିଥିବା ବେଳେ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିନ୍ତୁ ଲୋକଙ୍କ ପସନ୍ଦ ପାଲଟି ବାରେ ଲାଗିଛି, ପ୍ରତେକ ସମୟରେ ଏଠାକାର କର୍ମଚାରୀ ମାନେ ସବୁବେଳେ ରୋଗୀ ଙ୍କ ସେବା ପ୍ରତି ଯତ୍ନବାନ ହେଇ ରହିଥାନ୍ତି। ଏହି ସେବା କୁ ଆହୁରି ଉନ୍ନତ କରିବା ପାଇଁ ବର୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ୧୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ରେ ନୂତନ କୋଠା ର ନିର୍ମାଣ ଚାଲିଛି। ଏହି ନୂତନ କୋଠା ରେ ସ୍ତ୍ରୀ ଓ ଶିଶୁ ରୋଗ ବିଭାଗ ଖୋଲାଯିବା ସହ ଏହି ସଙ୍କ୍ରାନ୍ତିୟ ସମସ୍ତ ସେବା ମଧ୍ୟ ପ୍ରଦାନ କରାଯିବ ଏବଂ ବିଶେଷଙ୍ଗ୍ୟ ମାନେ ମଧ୍ୟ ଏଠାରେ ନିଯୁକ୍ତି ପାଇବେ। ଫଳରେ ରୋଗୀ ସେବା ରେ ବ୍ୟାପକ ଉନ୍ନତି ହେବାର ଆଶା ରହିଛି। ଏକ ରକ୍ତ ଭଣ୍ଡାର ମଧ୍ୟ ଏଠାରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଆସନ୍ତା ୨୦୨୩ ଜାନୁଆରୀ ମାସ ରେ ଏହାର ଉଦ୍ଘାଟନ ନେଇ ଯୋଜନା ଥିବା ଜଣାପଡିଛି। ଦିନ କୁ ଦିନ ବଦଳୁଚି ପରିବେଶ ଓ ସମୃଦ୍ଧ ହେଉଛି ରୋଗୀ ସେବା। ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଉନ୍ନତ ମାନର ରୋଗୀ ସେବା ପାଇଁ ଉଦ୍ୟମ ବେସ ସଫଳ ହେବା ସହ ସହର ସମେତ ଅଞ୍ଚଳ ବାସୀଙ୍କ ପ୍ରିୟଭାଜନ ହେବାରେ ଲାଗିଛି। କିନ୍ତୁ ଏହା କୁ ମଧ୍ୟ କିଛି ଅସାଧୁ ଲୋକଙ୍କ ନଜର ଲାଗିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ବିଭ୍ରାନ୍ତି କର ତଥ୍ୟ ପ୍ରଦାନ କରାଯାଇ ଲୋକଙ୍କୁ ପ୍ରଦାନ କରାଯାଉଥିବା ଉନ୍ନତ ମାନ ର ସେବା ରେ ବ୍ଯାହତ କରାଯିବା ପାଇଁ କିଛି କୁଚକ୍ରାନ୍ତି ଙ୍କ ଚକ୍ରାନ୍ତ ର ଶିକାର ମଧ୍ୟ ହେବାକୁ ପଡୁଛି। ଯାହାର ପରିଣାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ର ତଦନ୍ତ ପରିସର ମଧ୍ୟ ରେ ଆସୁଛି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏହାକୁ ସହର ବାସି ମଧ୍ୟ ନିନ୍ଦା କରିଛନ୍ତି। ବହୁ ବର୍ଷ ଧରି ସୋରଡା ରେ ଗୋଟିଏ ଭଲ ଡାକ୍ତର ନଥିବା ବେଳେ ଦୁଇ ତିନି ବର୍ଷ ହେଲା ଡାକ୍ତର ସନ୍ତୋଷ ପଣ୍ଡା ଯୋଗଦେବା ପରେ ରୋଗୀ ସେବା ରେ ଉନ୍ନତି ଆସିଛି ଏହା ର ସମସ୍ତ ତଥ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଥିବା ସତ୍ବେ ମଧ୍ୟ ବିଭନ୍ନ ବାହାନା ରେ ତଦନ୍ତ କରାଯିବା ଦୁଖ ଦାୟକ। ତଦନ୍ତ ଏକ ସ୍ଵାଭାବିକ ପ୍ରକ୍ରିୟା ଥିବା ବେଳେ ଏଠାକାର ଉନ୍ନତ ରୋଗୀ ସେବା ର ଲାଭ ସମସ୍ତେ ପାଇବାରେ ଲାଗିଛନ୍ତି। ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ସହିତ ଆଉ କିଛି ବିଶେଷଙ୍ଗ୍ୟ ଙ୍କୁ ଏଠାରେ ନିଯୁକ୍ତି ଦିଆଗଲେ ରୋଗୀ ସେବା ଆହୁରି ଅଧିକ ଉନ୍ନତ ମାନ ର ହୋଇପାରିବ ବୋଲି ସହର ବାସି ନିଜ ମତ ରଖିଛନ୍ତି।


