ଜିଲ୍ଲା ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜି ବିକ୍ରମ ସମ୍ବତ ୨୦୭୮, ମାର୍ଗଶିର କୃଷ୍ଣପକ୍ଷ ଦିତୀୟା ତିଥିର ଶୁଭଲଗ୍ନରେ ଭାରତୀୟ ଜନତା ପାର୍ଟି ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟ ସହଦେବଖୁଣ୍ଟାରେ ଉଦଘାଟିତ ହୋଇଯାଇଛି । ବୈଦିକ ରୀତିରେ ପୂଜାର୍ଚ୍ଚନା ହୋମଜଜ୍ଞ ଉପରାନ୍ତେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୂତନ କାର୍ଯ୍ୟାଳୟକୁ ଉଦଘାଟିତ କରିଥିଲେ । ଅତିଥି ହିସାବରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅପରାହ୍ନରେ ନୂତନ କାର୍ଯ୍ୟାଳୟରେ ପଦାର୍ପଣ କରି ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । କାର୍ଯ୍ୟାଳୟଟି ( ହୋଟେଲ୍ ସ୍ଵର୍ଣ୍ଣଚୂଡ଼ାର ପରବର୍ତ୍ତୀ ଘର ) ଉଭୟ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡର ନିକଟତର ହୋଇଥିବାରୁ ସମଗ୍ର ଜିଲ୍ଲାର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ପାଇଁ ଏହା ଉପାଦେୟୀ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହିତ ଜିଲ୍ଲାର ସମସ୍ତ ମୋର୍ଚ୍ଚା, ସେଲ୍ ସମେତ ଦଳିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ :- ଶ୍ରୀନିବାସ ପ୍ରଧାନ ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ