ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ବିଜେପି କାଉନସିଲର ମାନେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ ସ୍ଥାନୀୟ ସମସ୍ୟା ନେଇ ଆଲୋଚନା
ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ବାଲେଶ୍ୱର ପୌରପରିଷଦର ନିର୍ବାଚିତ କାଉନସିଲର ମାନେ ଜିଲ୍ଲା ସଭାପତି ଉମାଙ୍କାତ ମହାପାତ୍ରଙ୍କ ନେତୃତ୍ବରେ ପୌରପରିଷଦ କାର୍ଯ୍ୟାନିର୍ବାହୀ ଅଧିକାରୀଙ୍କ ସହିତ ପୌରପରିଷଦ କାର୍ଯ୍ୟାଳୟରେ ସାକ୍ଷାତ କରି ବାଲେଶ୍ୱର ନଗର ଅନ୍ତର୍ଗତ ବହୁବିଧ ସମସ୍ୟା ବିଷୟରେ ଆଲୋଚନା କରିଚନ୍ତି । ବିଶେଷକରି ପାନୀୟ ଜଳର ଉତ୍କଟ ସମସ୍ୟା ଓ ପରିମଳ ବିଷୟରେ ପୌରପରିଷଦ କାର୍ଯ୍ୟାନିର୍ବାହୀ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ରାସ୍ତା, ଆଲୋକ ଓ ନିକାଶି ସମସ୍ୟା ଆଗାମୀ ପାରିଷଦଙ୍କ ବୈଠରେ ପାରିତ ହେବାପରେ କାର୍ଯ୍ୟକାରି ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ୧ ନମ୍ବର ୱାର୍ଡ଼ କାଉନସିଲର ସସ୍ମିତା ଦାସ, ୩ ନମ୍ବର ଓ୍ବାର୍ଡ଼ କାଉନସିଲର ରୋଜାଲିନ୍ ପାଣୀ, ୧୩ ନମ୍ବର ୱାର୍ଡ଼ କାଉନସିଲର ପ୍ରତିମା ବେହେରା, ୨୦ ନମ୍ବର ଓ୍ବାର୍ଡ଼ କାଉନସିଲର ନିରୁପମା ଦାସ, ୨୧ ନମ୍ବର ୱାର୍ଡ଼ କାଉନସିଲର ସୁଚିଶ୍ମିତା ଦାସ, ୨୫ ନମ୍ବର ଓ୍ବାର୍ଡ଼ କାଉନସିଲର ନିତ୍ୟଗୋପାଲ ସିଂ, ୨୮ ନମ୍ବର ୱାର୍ଡ଼ କାଉନସିଲର ଗୌରୀ ଦାସ ଓ ୩୦ ନମ୍ବର ୱାର୍ଡ଼ କାଉନସିଲର ପ୍ରତିମା ବେହେରା ଓ ସୀତାକାନ୍ତା ସ୍ବାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ I


