ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ଦିତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି। ଯଶିପୁର ଠାରେ ଅନୁଷ୍ଠିତ ଫାଇନାଲ ଖେଳ ରେ ଯାମଦା ଇଲେଭେନ ଚମ୍ପିୟାନ ହୋଇଛି। ଅକ୍ଟୋବର ୨ ଓ ୩ ତାରିଖ ରାଇରଙ୍ଗପୁର ଠାରେ ୧୬ ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ ଯାମଦା ଇଲେଭେନ୍ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ସେହିପରି ବାରିପଦା ଠାରେ ଅନୁଷ୍ଠିତ ୧୬ ଟି ଫୁଟବଲ ଦଳ ମଧ୍ୟରେ ଖେଳାଯାଇ ସେଥିରୁ ଵାରାପଦା ମ୍ୟୁନିସିପାଲଟି ଟିମ୍ ଫାଇନାଲ ପର୍ଯ୍ୟାୟ ରେ ପହଞ୍ଚି ଥିଲା। ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଦଳ ଅଂଶଗ୍ରହଣ କରିଥିଲେ। ଟ୍ରଷ୍ଟ ର ଅଧ୍ୟକ୍ଷା ସୁମିତ୍ରା ଟୁଡୁ ଙ୍କ ଅନୁରୋଧ ରେ ଯଶିପୁର ନିକଟସ୍ଥ ମାହାର୍ଦାପଳସା ମିନି ଷ୍ଟାଡିୟମରେ ଫାଇନାଲ ଖେଳ ଆୟୋଜିତ ହୋଇଥିଲା। ଫାଇନାଲ ଖେଳ ରେ ବାରିପଦା ମ୍ୟୁନିସିପାଲଟି ଦଳ କୁ ୪ -୧ ଗୋଲ୍ ରେ ପରାସ୍ତ କରି ଯାମଦା ଇଲେଭେନ୍ ଚମ୍ପିୟାନ ହୋଇଥିଲା। ମ୍ୟାଚ୍ ରେଫ୍ରି ଭାବରେ ନୀଳ ନାଏକ କୈାସିକ୍ ଭୋଇ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ୍ ମ୍ୟାନ୍ ଭାଵେ ରାଜକୁମାର ମଣ୍ଡଳ,ହାଜାମ୍ ମାରାଣ୍ଡି ଦାୟିତ୍ବ ତୁଲାଇଥିଲେ। ଫାଇନାଲ ରେ ମୂଖ୍ୟ ଅତିଥି ରୂପେ କେନ୍ଦ୍ର ଜନଜାତି ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେଇ ଚମ୍ପିୟାନ ଦଳ ଯାମଦା ଇଲେଭେନ୍ କୁ ଟ୍ରଫି ସହ ନଗଦ ୩୦ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ରନସ୍ ଅଫ୍ ବାରିପଦା ମ୍ୟୁନିସିପାଲଟି ଫୁଟବଲ ଦଳ କୁ ଟ୍ରଫି ଓ ନଗଦ ୨୦ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ। ଫାଇନାଲ ରେ ଦୁଇଦଳ ର ସମସ୍ତ ଖେଳାଳି ଙ୍କୁ ଟ୍ରଷ୍ଟ ପକ୍ଷରୁ ପଦକ ଦେଇ ସମ୍ମାନୀତ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ଦେବକାନ୍ତ ବେହେରା, ବିଜୟାନନ୍ଦ ବେହେରା, ବସନ୍ତ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ମୂର୍ମୁ, ରଣଜିତ୍ ପ୍ରସାଦ, ଶୁଭେନ୍ଦୁ ମହାନ୍ତ, ସନ୍ତୋଷ ନାଏକ , ରମାକାନ୍ତ ନାଏକ, ଲଲାଟେନ୍ଦୁ ପାତ୍ର, ମନୋଜ ମହାନ୍ତ,ପ୍ରମୂଖ ସହଯୋଗ କରିଥିଲେ।


