ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୯୪ ଟି ଅଭିଯୋଗ ମିଳିଥିବା ବେଳେ ୭୯ଟି ଅଭିଯୋଗ ବ୍ୟକ୍ତିଗତ ଓ ୧୫ ଟି ଅଭିଯୋଗ ଗୋଷ୍ଠିଗତ ଅଭିଯୋଗର ଶୁଣାଣି କରାଯାଇ ଥିଲା। ବିଶେଷ କରି ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ଅନେକ ଦଳ ଏହି ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ। ମୋଟ ଅଭିଯୋଗର ୩ଟି ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ କନ୍ଧମାଳ ଜିଲାପାଳ ଆଶିଷ୍ ଈଶ୍ୱର ପାଟିଲ୍ , କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲା, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, କନ୍ଧମାଳ ଉପଜିଲାପାଳ ଶେଷଦେବ ମିଶ୍ରଙ୍କ ସମେତ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ