ଜି.ଉଦୟଗିରି ୬ନଂ ୱାର୍ଡରେ ଉପ-ନିର୍ବାଚନ, ଯାଞ୍ଚ ପରେ କାଏମ ରହିଲା ୪ପ୍ରାର୍ଥୀପତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ୬ ନଂ.ୱାର୍ଡରେ ଉପ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବା ପାଇଁ ଡିସେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିପାଇଁ ମୋଟ ୫ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା। ବିଜେଡି ପ୍ରାର୍ଥୀ ସିଦ୍ଧେଶ୍ୱରୀ ନାୟକ ଦୁଇଟି ନାମାଙ୍କନ ପତ୍ର ଦାଖଲ କରିଥିବାରୁ ତାଙ୍କର ଗୋଟିଏ ନାମାଙ୍କନ ପତ୍ର କାଏମ ରଖାଯାଇଥିଲା। ତେଣୁ ମୋଟ ୫ଟି ନାମାଙ୍କନପତ୍ର ମଧ୍ୟରୁ ୪ଟି ନାମାଙ୍କନପତ୍ର କାଏମ ରହିଥିଲା। କୁଞ୍ଜବିହାରୀ ନାୟକ କଂଗ୍ରେସ, ରାଖେଲ୍ ନାୟକ ସ୍ବାଧୀନ, ସିଦ୍ଧେଶ୍ୱରି ନାୟକ ବିଜେଡି ଓ ସୁଜାତା ନାୟକ ବିଜେପିଙ୍କ ନାମାଙ୍କନ ପତ୍ର କାଏମ ରହିଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ