ଗୋଟିଏ ଦିନରେ ପ୍ରାୟ ଛଅ ହଜାର ଏ ଇ ପି ଏସ ଟ୍ରlନିଜିସନ କରି ରେକର୍ଡ ସୃଷ୍ଟି କଲା ବ୍ରହ୍ମପୁର ଡା଼କମଣ୍ଡଳ

ଛତ୍ରପୁର, (ଓ୍ବାଇଏନ୍ଏସ୍):ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣଲ ଜଳେଶ୍ୱର କହଁର ଙ୍କ ଆହ୍ୱାନ କ୍ରମେ ବ୍ରହ୍ମପୁର ଡାକ ରିଜନ ର ଆସିଷ୍ଟାଣ୍ଟ ଡାଇରେକ୍ଟର ବି. ମହେଶ୍ୱର ରାଓ ଙ୍କ ପ୍ରତ୍ୟକ୍ଷ ମନିଟରିଂ ଦ୍ୱାରା ଗୋଟିଏ ଦିନରେ ବିଭିନ୍ନ ବ୍ୟାଙ୍କ ର ଜମା ରାଶି ରୁ ଏ ଇ ପି ଏସ ଦ୍ୱାରା ପ୍ରାୟ ଛଅ ହଜାର ଗ୍ରାହକ ଙ୍କୁ ଟଙ୍କା ନିଜ ଦ୍ୱାରା ପାଖରେ ବ୍ରହ୍ମପୁର ଡାକ ମଣ୍ଡଳ ର ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକ ସେବକ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଛି l ଡାକ ବିଭାଗ ର ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ଦ୍ୱାରା ଡାକ ଵାଲା କିମ୍ବା ଡାକଘର ର କାଉଣ୍ଟର ପି ଏ ଯେ କୌଣସି ବ୍ୟାଙ୍କ ର ଜମା ରାଶି ଏ ଇ ପି ଏସ ଦ୍ୱାରା ପେମେଂଟ ଦେବା ବ୍ୟବସ୍ଥା ଆଜି ବ୍ରହ୍ମପୁର ଅଂଚଳରେ ଲୋକାଦୃତ ହୋଇ ପାରିଛି l ବିଶେଷ କରି ବ୍ରହ୍ମପୁର ମଣ୍ଡଳ ଅନ୍ତର୍ଗତ ଡାକ ବିଭାଗ କର୍ମଚାରୀ ତଥା ଗ୍ରାମୀଣ ଡାକ ସେବକ ମାନଙ୍କର ଅକ୍ଲାନ୍ତ ପରିଶ୍ରମ , ଜିଲ୍ଲା ପ୍ରଶାସନ ର ଅକୁଣ୍ଠ ସହଯୋଗ, ଲୋକ ପ୍ରତିନଧି ମାନଙ୍କର ପ୍ରତ୍ୟକ୍ଷ ସହଯୋଗ, ଗଣମାଧ୍ୟମ ବନ୍ଧୁମାନଙ୍କର ଡାକବିଭାଗା ପ୍ରତି ଶ୍ରଦ୍ଧା ବ୍ରହ୍ମପୁର ଡା଼କମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ମହମଦ ଜାଫର ସାଦିକ ଙ୍କ କାର୍ଯ୍ୟଦକ୍ଷତା, ସହକାରୀ ଡାକ ଅଧିକ୍ଷକ ଚକ୍ରଧର ନାୟକ, ମନୋଜ କୁମାର ବେହେରା, ବିଜୟ କୁମାର ସାହୁ , କିରଣମାଳା ପଣ୍ଡା, ଇନିସପେକ୍ଟର ଜୁସ୍ମନ୍ତ କୁମାର ଜେନା, ଗଙ୍ଗାନାରାୟଣ ମହାଲୀକ, ଓ ଓଭେରସିୟର ମାନଂକ ଅକ୍ଲାନ୍ତ ପରିଶ୍ରମ ତଥା ସବୁ ଡାକ କର୍ମଚାରୀ ବିଶେଷତଃ ଗ୍ରାମୀଣ ଡାକ ସେବକ ମାନଙ୍କ ଇଛାଶକ୍ତି ଓ ଅବିରତ ପରିଶ୍ରମ ଦ୍ୱାରା ଗଞ୍ଜାମ ଜିଲ୍ଲା ର ସଂଗୀନ ସମୟରେ ଗୋଟିଏଦିନରେ ଏତେ ସଂଖ୍ୟକ ଲୋକଙ୍କ ନିକଟରେ ପହଂଚି ସେବା ଯୋଗାଇବାର ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଶ୍ରୀ ରାଓ ଗଣମାଧ୍ୟମ କୁ ଜଣାଇଛନ୍ତି l ବୁଢ଼ାମ୍ବ ଶlଖାଡାକପାଳ, ବାଲୁଙ୍କେଶ୍ୱର ପୁର ଶାଖା ଡାକ ପାଳ ପ୍ରଭୃତି ଙ୍କୁ ନିକଟ ଅତୀତରେ କୋଭିଡ -19 ଲକ ଡାଉନୁ ସମୟରେ ଲୋକଙ୍କୁ ଉତ୍ତମ ଏ ଇ ପି ଏସ ସେବା ସକାଶେ ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ ସମ୍ମାନିତ କରିଛନ୍ତି l ସମ୍ପ୍ରତି ଇଣ୍ଡିଆ ପୋଷ୍ଟ ପେମେଂଟ ଆକାଉଣ୍ଟ ଦ୍ୱାରା ବିଦ୍ୟୁତ ବିଲ, ପାଣି ପାଇପ ବିଲ, ପ୍ରଭୃତି ପେମେଂଟ, ମୋବଇଲ ରିଚାର୍ଜ, କେଶ ଟ୍ରାନ୍ସଫର, ଡାକଘର ବିଭିନ୍ନ ଜମାଖାତା ରେ ଟଙ୍କା ଜମା କରିବା ସର୍ବୋପରି ଯେ କୌଣସି ବ୍ୟାଙ୍କ ରୁ ନିଜ ଘରେ ବସି ଟଙ୍କା ଉଠାଇବା ଭଳି ସୁବିଧା ଡାକଘର ଯୋଗାଇ ଦେଶ ଏହି ସଂଗୀନ ସମୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ସକାଶେ ସାମାଜିକ ଦୂରତ୍ୱ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି l ଉଜ୍ଜଳl ଯୋଜନା ର ହିତାଧିକାରୀ, ମଧୁବାବୁ ପେନଶନ ଯୋଜନା ହିତାଧିକାରୀ, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ୍ତ କର୍ମନିଯୁକ୍ତି ଯୋଜନା ର ଶ୍ରମିକ, ସମସ୍ତଙ୍କ ନିକଟରେ ପହଂଚି ସେମାଙ୍କ ପ୍ରାପ୍ୟ କୁ ବିନା କାଗଜ ପତ୍ର ରେ କେବଳ ଫିଙ୍ଗର ପ୍ରିଣ୍ଟ ଦ୍ୱାରା ପେମେଂଟ ଦେଇ ରାଜ୍ୟ ସରକାର ଙ୍କ 5T ପଲିସ ର ଟାଇମ ଓ ଟ୍ରାନ୍ସ ପେରେନସି ଦୁଇଟି ଦିଗକୁ ଡାକ ବିଭାଗ ସଫଳ ରୂପାୟନ କରିବାର ପ୍ରୟାସ ଜରୁଥିବା ବେଳେ ମହାମହିମ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ର ପରିକଳ୍ପନା କୁ ବାସ୍ତବ ରୂପାୟନ ପାଇଁ ଚେଷ୍ଟା ଜାରି ରଖିଛି l ଏହି ଅବସର ରେ ବ୍ରହ୍ମପୁର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣଲ କହଁର କୋଭିଡ 19 ସଂକ୍ରମଣ କୁ ଏଡ଼ାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ସକାଶେ ଆଇପିପିବ ର ଏହି ସେବା ର ସୁଯୋଗ ଉପଲବ୍ଧି ସକାଶେ ସମାଜ ର ସବୁ ବର୍ଗ ର ଲୋକଙ୍କୁ ନିବେଦନ କରିଛନ୍ତି l ବ୍ରହ୍ମପୁର ଆଇ ପି ପି ବି ସିନିୟର ମ୍ୟାନେଜେର ବିଷ୍ଣୁ ପ୍ରସାଦ ରଥ ଯେଉଁ ଉଜ୍ଜାଳା ହିତାଧିକାରୀ ମାନେ ବର୍ତମାନ ସେମାନଙ୍କ ସବସିଡି ରାଶି ପାଇବା ସକାଶେ ସେମାନେ ପୋଷ୍ଟମ୍ୟାନ, ଗ୍ରାମୀଣ ଡ଼ାକସେବକ କିମ୍ବା ନିକଟସ୍ଥ ଡାକ ଘର ସହ ଯୋଗାଯୋଗ ପୂର୍ବକ ଆଇ ପି ପି ବି ଆକାଉଣ୍ଟ କହିବାକୁ ନିବେଦନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ