ଜୀବେ ନିଷ୍ଠୁରତା ନିରୋଧ ଆଇନ ସଚେତନତା ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ଜୀବେ ନିଷ୍ଠୁରତା ନିରୋଧ ସମିତିର ବାର୍ଷିକ ସାଧାରଣ ସଭା ଓ ନିଷ୍ଠୁରତା ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା ପ୍ରାଣୀଧନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ସମିତିର ଅଧ୍ୟକ୍ଷ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା ସହ ପ୍ରାଣୀଧନ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଷଲ । ସମିତି ଉପାଧ୍ୟକ୍ଷ ବାଲେଶ୍ୱର ଏସପି ସାଗରିକା ନାଥ ଏଥିରେ ଯୋଗଦେଇ ପ୍ରାଣୀଧନ ସୁରକ୍ଷା ନେଇ ପ୍ରଣୀତ ଆଇନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ । ଜୀବେ ନିଷ୍ଠୁରତା ନିରୋଧ ସମିତିର ଅବୈତନିକ ସମ୍ପାଦକ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳି ସାହୁ ବୈଠକ ପରିଚାଳନା କରିଥିଷଲ । ବାଲେଶ୍ୱର ଉପଜିଲାପାଳ କୁନାଲ ଚୌହ୍ୱାନ ମୋତିରାମ ଏଥିରେ ଯୋଗଦେଇ ବୁଲା ଗାଈ ଗୋରୁଙ୍କୁ ଗୋଶାଳା ପହଞ୍ଚାଇବା ପାଇଁ ପୌରପାଳିକା ପକ୍ଷରୁ ଗାଡ଼ି, କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା, ଓ ଜିଲା ପଞ୍ଚାୟତ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ସମିତିର ସଭ୍ୟ ମନୋରଞ୍ଜନ ପତି, ସୋର ଗୋଶାଳାର ସମ୍ପାଦକ ଡମ୍ବରୁଧର ନାୟକ, ମା ତାରିଣୀ ଗୋଶାଳା ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଏବଂ ସମିତିର ନିରୀକ୍ଷକ ଧ୍ରୁବ ନାରାୟଣ ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲା ପ୍ରାଣୀ ଚିକିତ୍ସାଳୟ ଉପ-ନିର୍ଦ୍ଦେଶକ ଡାକ୍ତର ସଦାଶିବ ମହାପାତ୍ର ଜୀବେ ନିଷ୍ଠୁରତା ନିରାକରଣ ଆଇନ ସମ୍ପର୍କରେ ପାୱାର ପଏଣ୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅଜିତ କୁମାର ସାମଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ