କୁଡୁମି ସେନାର ମାର୍ଚ୍ଚ ୨୧ ତାରିଖ ସାରା ମୟୁରଭଞ୍ଜ ଜିଲ୍ଳାରେ ୬ ଘଣ୍ଟିଆ ହରତାଳ ଡାକରା
କରଞ୍ଜିଆ, (ଜିତେନ୍ଦ୍ର ରାଜ):କୁଡୁମି ଜାତିକୁ ଆଦିବାସୀ ବର୍ଗ ରେ ପୁନଃ ସାମିଲ କରିବାପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ରସରକାର ଙ୍କୁ ସୁପାରିଶ ପତ୍ର ଦାବିରେ କୁଡୁମି ସେନା ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ସକାଳ ୬ ରୁ ଦିନ ୧୨ ପର୍ଯ୍ୟନ୍ତ ହୁଡକା ଜାମ ବା ହରତାଳ ଡାକରା ଦିଆଯାଇଛି।ଆଜି ଦିବା ୨ ଘଟିକା ସମୟରେ କରଞ୍ଜିଆ ବାମନାଶାଳ ଠାରେ ଉପଖଣ୍ଡ ର ୫ଟି ବ୍ଲକ ଓ କରଞ୍ଜିଆ ଏନଏସି ର କାର୍ଯ୍ୟକର୍ତା ଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ମୁଖ୍ୟଅତିଥି ରୂପେ କୁଡୁମିସେନା ର ପ୍ରତିଷ୍ଠାତା ସଭାପତି ଜୈମୁନି ମହାନ୍ତ ଯୋଗଦେଇ ଆଗାମୀ ମାର୍ଚ୍ଚ ୨୧ ର ହରତାଳ କୁ ସଫଳ କରିବାକୁ ସମସ୍ତ କାର୍ଯ୍ୟକର୍ତା ଙ୍କୁ ଆହ୍ୱାନ କରିଥିଲେ। ଏହି ହରତାଳ ରେ ସେଦିନ ହେବାକୁଥିବା ସିବିଏସସି ପରୀକ୍ଷାର୍ଥୀ ଓ ପରୀକ୍ଷା ରେ ନିୟୋଜିତ କର୍ମଚାରୀ, ଆମ୍ବୁଲାନ୍ସ,ଔଷଧ,କ୍ଷୀର କୁ ଛାଡି ସମସ୍ତ ଅଫିସ, ବ୍ୟାଙ୍କ, ବ୍ୟବସାୟିକ ଅନୁଷ୍ଠାନ କୁ ସାମିଲ କରାଯିବ ଓ ଏହି ହରତାଳ ବା ହୁଡକା ଜାମ କୁ ସଫଳ କରିବାକୁ ସମସ୍ତ ରାଜନୈତିକ ଦଳ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କ ସମର୍ଥନ ଲାଗି ନିବେଦନ କରିଥିଲେ। ମାର୍ଚ୍ଚ ୨୦ ତାରିଖ ଦିନ ସମସ୍ତ ଉପଖଣ୍ଡର ମୁଖ୍ୟାଳୟ ରେ କୁଡୁମି ସେନା ମଶାଲ ସଭାଯାତ୍ରା କରି ଲୋକଙ୍କୁ ହରତାଳ କୁ ସହଯୋଗ କରିବାକୁ ନିବେଦନ କରିବା ନିଷ୍ପତି ମଧ୍ୟ ସଭାରେ ନିଆଯାଇଥିଲା ।ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟ ରେ ଓଡିଶା କୁଡୁମି ସେନା ଉପସଭାପତି ଉପେନ୍ଦ୍ର କୁମାର ମହାନ୍ତ, ରାଜ୍ୟ ଉପଦେଷ୍ଠା ଶ୍ରୀକାନ୍ତ ମହାନ୍ତ, ରାଜ୍ୟ ମହିଳା ସଭାନେତ୍ରୀ ସରସ୍ବତୀ ମହାନ୍ତ, ରଘୁନନ୍ଦନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଗାନ୍ଧାରୀ ମହାନ୍ତ କାବୁଲା ମହାନ୍ତ, ରାହାସବିହାରୀ ମହାନ୍ତ, ବାପୁନ ମହାନ୍ତ,ମକର ଧ୍ଵଜ ମହାନ୍ତ, କେନ୍ଦୁଝର ଜିଲ୍ଲାରୁ ଅରୁଣ କୁମାର ମହାନ୍ତ, କ୍ଷୀରୋଦ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ ।


