ଜୁଆ ଆଡାଉପରେ ଚଢାଉ ୫ ଗିରଫ
ଦିଗପହଣ୍ଡି ଥାନା ଅନ୍ତର୍ଗତ ତଲାସିଙ୍ଗି ଗ୍ରାମର ଠାକୁରାଣୀ ମନ୍ଦିରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଛାପା ମାରିଛି ପୋଲିସ । ଏଥି ସହିତ ପାଞ୍ଚ ଜଣ ଜୁଆଡି ଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ମିଳିଥିବା ସୂଚନା ଅନୁସାରେ ବହୁ ଦିନ ଧରି ଏଠାରେ ଜୁଆ ଖେଳାଯାଉଥିଲେ ମଧ୍ୟ ସ୍ଥାନୀୟ ଗ୍ରାମବାସୀ ଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତେବେ ଏକ ବିଷେଶ ସୁତ୍ର ରୁ ଖବର ପାଇ ପୋଲିସ ଚଢାଉ କରୁଥିବା ।ସମୟରେ ନଗଦ ୫୦୦୦ ଟଙ୍କା ଜବତ କରିବା ସହ ଏ ନେଇ ଥାନା ରେ ମାମଲା ରୁଜ୍ଜୁ ହୋଇଛି ବୋଲି ଥାନାରେ ସୂଚନା ଦେଇଛନ୍ତି ଆଇଆଇସି ବସନ୍ତ କୁମାର ସେଠୀ ।


