ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର

ଭୁବନେଶ୍ୱର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରି·ଳିତ ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମ·ରୀ ସଂଘ ତରଫରୁ ସଂଘର ଏକ ପ୍ରତିନିଧିମଣ୍ଡଳୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରି ଦାବି ପତ୍ର ପ୍ରଦାନ କରିଥିଲେ । ସ୍ୱାକ୍ଷର ଭାରତ କାର୍ଯ୍ୟକ୍ରମକୁ ·ଲୁ କରିବା, ଛଟେଇ କର୍ମ·ରୀମାନେ କାର୍ଯ୍ୟରେ ନିଯୁକ୍ତି, ବକେୟା ଦରମା ପ୍ରଦାନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଦାବିଗୁଡ଼ିକ ପୂରଣ ଦିଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ସଂଘର ସଭାପତି ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦିକା ସବିତା ଗଡ଼ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ