ଜେଏସପିଏଲ ବଡ଼ବିଲରେ ମହିଳା ମାନଙ୍କ ପାଇଁ ଦକ୍ଷତା ବୃଦ୍ଧି ତାଲିମ

ଯୋଡା,(ସମୀର କୁମାର ଦାସ): ମହିଳା ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲ କରି ସେମାନଙ୍କ ଆତ୍ମନିର୍ଭରଶୀଳତା ଓ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ସାମାଜିକ ଶାଖା, ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପ୍ଲାଣ୍ଟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଦୁଇ-ଦିନିଆ କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରାୟ ୬୦ ଜଣ ସଦସ୍ୟା ଯୋଗ ଦେଇଥିଲେ । ବ୍ୟବସାୟ ରେ ଉନ୍ନତି, ସାମାଜିକ ନେତୃତ୍ୱ, ବ୍ୟବସାୟର ହିସାବ ନିକାଶ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଗୁଡିକର ବିକ୍ରି ପ୍ରଭୃତି ବିଷୟବସ୍ତୁ ଉପରେ ଏହି ଶିବିରରେ ସବିଶେଷ ଆଲୋଚନା କରାଯାଇଥିଲା । ଏତଦବ୍ୟତୀତ ନିତିଦିନ ସେମାନେ ସମ୍ମୁଖୀନ ହେଉଥିବା ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଗୋଷ୍ଠୀ ମହିଳା ମାନେ ବ୍ୟାଙ୍କରୁ କିଭଳି ସହଜରେ ୠଣ ପାଇ ପାରିବେ ଏବଂ କିସ୍ତି ପରିଶୋଧ ସମ୍ବନ୍ଧୀୟ ସମସ୍ତ ବିଷୟ ଆଲୋଚନା କରାଯାଇଥିଲା । ଏହି ତାଲିମ ସମ୍ପର୍କରେ କୀତାବେଡ଼ା ଗ୍ରାମ ର ଛତୁ ଚାଷୀ ଶ୍ରୀମତୀ ମୀନା ଘଣାକହିଲେ, “ଏଭଳି ଏକ କାର୍ଯ୍ୟକ୍ରମ ଆମ ମାନଙ୍କ ପାଇଁ ବିଶେଷ ଉପଯୋଗୀ କାରଣ ଆମ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ପାଇଁ ଆମେ ସମସ୍ତେ ସିଧାସଳଖ ବଜାର ଉପରେ ନିର୍ଭରଶୀଳ । ଏଥିପାଇଁ ଆମକୁ ସବୁବେଳେ ବଜାର ଉପରେ ନଜର ରଖି ଖାଉଟି ମାନଙ୍କ ନିକଟରେ ଆମର ସାମଗ୍ରୀ ଆବଶ୍ୟକ ମୁତାବକ ପହଞ୍ଚାଇବାକୁ ପଡିବ । “ଜେଏସପିଏଲ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମକୁ ପ୍ରଂଶସା କରି ଗୋବର୍ଦ୍ଧନପୁର ଗ୍ରାମରେ ଟେଲରିଂ ଶିକ୍ଷା ପରେ ପୋଷାକ ତିଆରି ୟୁନିଟ ଆରମ୍ଭ କରିଥିବା ଶ୍ରୀମତୀ ତିଳୋତ୍ତମା ମଲ୍ଲିକ କହିଲେ, “ବ୍ୟବସାୟ କୁ ଅଧିକ ରୁ ଅଧିକ ବୃଦ୍ଧି ପାଇଁ ଆମକୁ ଏହିଁ ତାଲିମ କାର୍ଯ୍ୟକ୍ରମରେ ଶିଖାଯାଇଥିବା ବିଭିନ୍ନ ପ୍ରକାର ର ବିକ୍ରି ଶୈଳୀ ଆପଣାଇବାକୁ ପଡିବ ଓ ମୋ ମତରେ ଏହି ଶିବିର ର ଲାଭ ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ସଦସ୍ୟା ନେବା ଉଚିତ ।”ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ, ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ସିଲେଇ ଶିକ୍ଷା, ଛତୁ ଚାଷ, ଫିନାଇଲ, ଲାଖଚୁଡ଼ି ତିଆରି, ଟେରାକୋଟା ଓ ଜୈବିକ ଚାଷ ଭଳି ବିଭିନ୍ନ ବିଷୟରେ ତାଲିମ ଦିଆଯାଇଛି ଓ ଏଯାବତ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ମହିଳା ମାନଙ୍କୁ କୃଷି ତଥା ଅଣ-କୃଷି ଭିତ୍ତିକ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରାଯାଇଛି । ଜେଏସପିଏଲ ଫାଉଣ୍ଡେସନ ସାରା ଦେଶରେ ପ୍ରାୟ ୧୨୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଭିତ୍ତିକ କ୍ଷୁଦ୍ର ସଂସ୍ଥା ଙ୍କୁ ପ୍ରୋତ୍ସାହିତ କରି ୧୨୦୦୦ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ