ଜେଲ ଭିତରେ ସାବିତ୍ରୀ ବ୍ରତ ପାଳନ କଲେ ଦୁଇ ମହିଳା ଅନ୍ତେବାସୀ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରି ରହିଥାନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ି, ଚୁଡ଼ି, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ କିଏ ଘରେ ପୂଜାର୍ଚ୍ଚନା କରନ୍ତି । ହେଲେ ଏ ବର୍ଷ ଲକଡାଉନ ଯୋଗୁଁ ମନ୍ଦିରରେ ପ୍ରବେଶ ନଥିବାରୁ ନିରାଡ଼ମ୍ବର ଭାବେ ବ୍ରତ ପାଳି ପାରିଲେ ନାହିଁ । ତେବେ ସାବିତ୍ରୀମାନେ ଘରେ ସଜବାଜ ହୋଇ ନିଜ ଘରେ ପୂଜାର୍ଚ୍ଚନା କରି ନିଜ ନିଜ ସ୍ୱାମୀଙ୍କୁ ପୂଜା କରିବା ସହ ସେମାନଙ୍କ ମଙ୍ଗଳ ମନାସିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାର ଘରେ ଘରେ ବିବାହିତ ମହିଳାମାନେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଆଜି ସାବିତ୍ରୀ ବ୍ରତ କରିଛନ୍ତି । ଏ ପରିପ୍ରେକ୍ଷୀରେ ଛତ୍ରପୁର ଉପକାରାଗାର ପରିସରରେ ଥିବା ଦୁଇ ଜଣ ମହିଳା ଅନ୍ତେବାସୀ ଜେଲ ଭିତରେ ନିଜ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ କରିଥିବା ଜେଲ ସୁପରିଟେଡେଂଟ ଶୁଭସ୍ମିତା ବିଶ୍ୱାଳଙ୍କଠାରୁ ସୂଚନା ମିଳିଛି ।


