ପୋଖରୀରୁ ଅଚିହ୍ନା ଶବ ଉଦ୍ଧାର
ଛତ୍ରପୁର, (ଓ୍ବାଇଏନ୍ଏସ୍):ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବଡବନ୍ଧ ପୋଖରୀରୁ ଏକ ଅଚିହ୍ନା ମୃତ ଶରୀର ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ବୟସ ୫୫ ରୁ ୬୦ ବର୍ଷ ହୋଇଥିବାର ଜଣାପଡିଛି । ସୂଚନା ପାଇ ଚମାଖଣ୍ଡି ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ମୃତ ଶରୀରକୁ ଜବତ କରିଛି । ମୃତ ବ୍ୟକ୍ତିଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ଖୋଜଖବର ମିଳିନାହିଁ । ଚମାଖଣ୍ଡି ଥାନା ପକ୍ଷରୁ ୪/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା ସୂଚନା ଦେଇଛନ୍ତି ।


