ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବି ମା’ଶାରଳାଙ୍କ ପୀଠରେ ପାର୍ବଣ ଦଣ୍ଡ ଯାତ୍ରା ଆରମ୍ଭ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅଧିନ କନକପୁର ଝଙ୍କଡ ଶାରଳା ପୀଠରେ ପାର୍ବଣ ଷୋଳପୂଜା ଉପଲକ୍ଷେ ଶୁକ୍ରବାର ନବପତ୍ରିକା ଠାରୁ ଦାଣ୍ଡଯାତ୍ରା ଆରମ୍ଭ ହୋଇଛି। ଏହି ଦାଣ୍ଡଯାତ୍ରା ପ୍ରତ୍ୟହ ରାତ୍ରି ୧୦ଟା ପରେ ଦଶହରା ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରାରେ ମାଙ୍କ ବିଜେ ପ୍ରତିମା ସୁସଜ୍ଜିତ ମଣିମୟ ବିମାନରେ ବିଜେ ପୁର୍ବକ ଦାଣ୍ଡଯାତ୍ରା ବା ନଗର ପରିକ୍ରମାରେ ଯାଇଥାନ୍ତି। ପ୍ରତ୍ୟହ ନଗରପରିକ୍ରମା ସାରି ପୁନଶ୍ଚ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ୧ମ ଦିବସରେ ପାଚେରିକଣ ବାଟ, ୨ୟ ଦିବସରେ ଗୋପାଳ ଜୀୟୁଙ୍କ ମଠ, ୩ୟ ଦିବସରେ ଗୋପାଳ ମାନଙ୍କ ଗୋଠ, ୪ର୍ଥ ଦିବସରେ ଶାରଳା-ପର୍ଶୁରାମ ଭେଟ୍ଟ, ୫ମ ଦିବସରେ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ବମ୍ବର ଘାଟ, ଷଷ୍ଠ ଦିବସରୁ ଦଶହରା ପର୍ଯ୍ୟନ୍ତ ବଡ ଶାରୋଳ ଗ୍ରାମର ଲଣ୍ଡା ଦେଉଳ ପୀଠକୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯାତ୍ରା କରିଥାନ୍ତି। ଦଶହରା ଦିବସରେ ଲଣ୍ଡା ଦେଉଳ ନିକଟରେ ପୂଜାର୍ଚ୍ଚନା ସହିତ ପଣାହାଣ୍ଡି ଭୋଗ ଅର୍ପଣ କରାଯିବା ପରେ ମନ୍ଦିର ପ୍ରତ୍ୟର୍ପଣ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ