ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଡିସେମ୍ବର ୨୨ ଆଜିର ଦିନରେ ଆଦିବାସୀ ସାନ୍ତାଳୀ ଲିପି ଓ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସ୍ଥାନିତ ହୋଇଥିଲା ।ଏହି ଅବସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟ ପରିସରରେ ସାନ୍ତାଳୀ ଭାଷା ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଝାମୁମୋ ସୁପ୍ରିମୋ ଶ୍ରୀମତୀ ଅଂଜନୀ ସୋରେନ ସାନ୍ତାଳୀ ସମାଜର ଆଇକନ ତଥା ସାନ୍ତାଳୀ ଲିପି ସ୍ରଷ୍ଟା ସ୍ବର୍ଗତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ଦଳୀୟ କର୍ମୀ ଝାମୁମୋ ରାଜ୍ୟ ସଚିବ ଦୁବରାଜ ନାଗ,କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ବରିଷ୍ଠ ଝାମୁମୋ ନେତା ସୁନିଲ ମାଝୀ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସନାତନ ମୁଣ୍ଡା,ସଂପାଦକ ସେକ ଅବଦୁଲ ମାନାନ,ମନୋଜ ବାରିକ ,ଭାଗବତ ହାଁସଦା ମହମ୍ମଦ ଜାହୀଦ,ବାଲିଆ ମାଝୀ,ମଙ୍ଗଲ ମୁର୍ମୁ,ଉଦୟ କୁମାର ଶୀତଲ କିସ୍କୁ, ସରୋଜିନୀ ମୁର୍ମୁ,ଧୀରେନ ମାରାଣ୍ଡି,ଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ପରେ ଦଳୀୟ କର୍ମୀ ରାଜ୍ୟ କାର୍ଯ୍ୟାଳୟ ସମ୍ମଖରୁ ଏକ ବିଶାଳ‌ ଶୋଭାଯାତ୍ରାରେ ମୁର୍ମୁ ଛକ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେଠାରେ ଝାମୁମୋ ସୁପ୍ରିମୋ ଗଣମାଧ୍ୟମ ସମ୍ମୁଖରେ ସାନ୍ତାଳୀ ଭାଷା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ସେ କହିଥିଲେ ସାନ୍ତାଳୀ ଭାଷା ସମ୍ବିଧାନରେ ମାନ୍ୟତା ପାଇଥିଲେ ମଧ୍ୟ ଆଜିଯାଏଁ ସରକାର ସାନ୍ତାଳୀ ଭାଷାକୁ ଅଣଦେଖା କରୁଛନ୍ତି ।ଦିର୍ଘ ୧୫ ବର୍ଷ ହେଲା ସରକାର ବହୁଭାଷୀ ଶିକ୍ଷକ ନିଯୁକ୍ତି ଦେଇଛନ୍ତି ହେଲେ ସ୍ବଳ୍ପ ଦରମା ୩,୫୦୦ ଟଙ୍କା ଦରମା ଦେଉଛନ୍ତି ।ଅନ୍ଯ ଭାଷାଭାଷୀ ଶିକ୍ଷକ ମାନଙ୍କ ଦରମା ଭଳି ସେମାନଙ୍କୁ ଦିଆଯାଉନାହିଁ । ବହୁଭାଷୀ ଶିକ୍ଷକମାନେ ମୟୂରଭଞ୍ଜ ରୁ ପାଦରେ ଚାଲିଚାଲି ଯାଇ ଭୂବନେଶ୍ବରରେ ଦିର୍ଘ ଦେଢ଼ମାସ ହେଲା ଧାରଣାରେ ବସିଛନ୍ତି । ସରକାର ସେମାନଙ୍କ ସହ ଆଲୋଚନା କରୁନାହାନ୍ତି ।ତେଣୁ ସେମାନଙ୍କୁ ସମବେଦନା ଦେଖାଇ ଝାମୁମୋ ପକ୍ଷରୁ ନିରାଡମ୍ବର ସହ ଭାଷା ଦିବସ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ