ଝାଡ଼ଖଣ୍ଡ ହାତୀ ଦ୍ଵାରା ବ୍ୟାପକ ଫସଲ ନଷ୍ଟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ)-ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଲକର ବଡଭୁଣ୍ଡୁ ଏବଂ ଚାଙ୍ଗୁଆ ଗ୍ରାମରେ ପଡୋଶୀ ରାଜ୍ୟ ଝାଡଖଣ୍ଡ ଅଂଚଳର ୧୪ ଟିଆ ହାତୀପଲଙ୍କ ଦୌରାତ୍ମ୍ୟ । ଗ୍ରାମବାସୀଙ୍କ ଧାନଗଛ ଓ ପରିବା ଫସଲ କିଆରୀରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି , ସୋମବାର ରାତିରେ ଏଭଳି କାଣ୍ଡ ଭିଆଇଛନ୍ତି । ସକାଳେ ହାତୀ ଗୁଡିକ ନିକଟସ୍ଥ ଚାଙ୍ଗୁଆ ଏବଂ ମାଙ୍କିଡିହି ଜଙ୍ଗଲରେ ରହିଛନ୍ତି ।କ୍ରୋଧାନ୍ୱିତ ମହାମାରୀ ସଂକ୍ରମଣ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି ।ତେଣୁ ଚାଷ କରି କିଛିଟା ଆବଶ୍ୟକତା ପୁରଣ ପାଇଁ ଅଂଟା ଭିଡିଥିବା ବେଳେ ହାତୀପଲ କଲେ ସର୍ବନାଶ ।ବଡଭୁଣ୍ଡୁ ଗ୍ରାମର ଢୁକା ପୂର୍ତ୍ତି,ଟିଲୁ ପୂର୍ତ୍ତି,ସୋନାରୀ ପୂର୍ତ୍ତି,ଜମ୍ବୀମଣୀ ପୂର୍ତ୍ତି ଏବଂ ଚାଙ୍ଗୁଆ ଗ୍ରାମରବାଲକା ସୋରେନ, ଛୋଟରାୟ ସୋରେନ, ବିନ୍ଦୁ ସୋରେନ ଏବଂ ବହୁ ଚାଷୀ ମାନଙ୍କ ଧାନ ଗଛ ଓ ପରିବା କିଆରିରେ ନଷ୍ଟ କରି ଦେଇଛନ୍ତି ।ଖବର ପାଇ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ଦୀପକ ମିଶ୍ର, ଗଣେଶ ମିଶ୍ର,ତୁଶିଲ ହେମ୍ବ୍ରମ,ମୁନା ଖାଁ,ଅମିତ ଶର୍ମା ପ୍ରମୁଖ ଘଟଣାସ୍ଥଳରେ ପହଂଚି ଚାଷୀମାନଙ୍କ କୋହଭରା କଥା ଶୁଣିବା ସହ କ୍ଷତିଗ୍ରସ୍ତ ଚାଷ କିଆରିର ଦେଖି ସ୍ତମ୍ଭିଭୁତ ହୋଇପଡ଼ିଥିଲେ ।ଚାଷୀ ମାନଙ୍କ ଦୁଃଖରେ ଦୁଃଖି ହୋଇ ସମବେଦନା ଜଣାଇବା ସହ କାଶୀନାଥ ବାବୁ ବନ ବିଭାଗ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । କେମିତି ଚାଷୀ ମାନଙ୍କୁ କ୍ଷତିପୂରଣ ମିଳିବା ସହ ସେମାନଙ୍କୁ ବିହନ,ସାର,ମଂଜି ଯୋଗାଇ ଦେବା ପାଇଁ ଦାବି କରିଥିଲେ ।ହାତୀପଲ ପୂର୍ବରୁ ବେତନଟୀ,ସୋରଡ଼ା, ବିଶୋଇ,ବିଜାତଳା, କରଂଜିଆ, ଗୋରୁମହିଷାଣୀ ଅଂଚଳରେ ଧନ,ଜୀବନ,ଫସଲ ନଷ୍ଟ କରୁଥିବାବେଳେ ଏବେ ତିରିଂ ଅଂଚଳରେ ତାଣ୍ଡବ ଲୀଳା ଆରମ୍ଭ କରି ଦେଇଛନ୍ତି ।ବନ ବିଭାଗ ହାତୀପଲ ଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।ଚାଷୀ ଭାଇ ଭୟଭୀତ ଅବସ୍ଥାରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ