ଝିଅକୁ ନପାଇ ଚିନ୍ତାରେ ବାପା ମା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ସୋସୋ ଥାନା କାହାଳିଆଗଡିଆ ଗ୍ରାମରୁ ଜଣେ ନା ବାଳିକା ନିଖୋଜ ହେବାକୁ ନେଇ ବାପା ସୋସୋ ଥାନାରେ ଅଭିଯୋଗ କରିଥବବାବେଳେ ପୁଲିସ କେବଳ ,କ ମାମଲା ରୁଜୁ କରିଦେଇ ଚୁପ ହୋଇ ବସିବା ଘଟଣା ନା ବାଳିକାର ବାପା ଓ ମାଙ୍କୁ ଚିନ୍ତାରେ ପକାଇଛି । ସେମାନେ ଏନେଇ କେନ୍ଦୁଝର ଏସପି ଓ ଆନନ୍ଦପୁର ଏସଡିପିଓଙ୍କୁ ଭେଟିବାକୁ ଯାଇ ନିରାଶରେ ଫେରିଥିବା କହିଛନ୍ତି । ଅଭିଯୋଗ ଅନୁଯାଇ କାହାଳିଆ ଗଡିଆ ଗ୍ରାମର ଜଣେ ୧୭ବର୍ଷୀୟ ନା ବାଳିକା ଗତ ୪/୧୨/୨୦୧୯ ରାତିରେ କେଉଁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଅନେକ ସ୍ଥାନ ଖୋଜାଖୋଜି କରିବାପରେ କୌଣସି ସନ୍ଧାନ ନପାଇବାରୁ ସୋସୋ ଥାନାରେ ଏନେଇ ଅଭିଯୋଗ କରିଥିଲେ । ସୋସୋ ପୁଲିସ ୧୧୦/୨୦୧୯ରେ ଏକ ମାମଲା ରୁଜୁକରି ଚୁପ ହୋଇ ବସିଯାଇଛି ବୋଲି ସଂପୃକ୍ତ ନା ବାଳିକାର ବାପା ଅଭିଯୋଗ କରିଛନ୍ତି । ଏପରିକି କିଛିଦିନ ପରେ ନିକଟସ୍ଥ ଖଇରାଥାନା ମହୁଲପଙ୍ଖା ଗ୍ରାମର ଜଣେ ମହିଳା ତାଙ୍କ ଝିଅକୁ ନେଇ ଅନ୍ଧ୍ର ପ୍ରଦେଶକୁ ଚାଲାଣ କରିଦେଇଥିବା ଶୁଣିବାପରେ ତାଙ୍କୁ ପଚାରିବାକୁ ଯିବାରୁ ସେ ତାଙ୍କୁ ଦେଖା ନକରି ଫୋନରେ ଧମକ ଚମକ ଦେଉଛି ବୋଲି ନା ବାଳିକାର ବାପା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନା ବାଳିକାର ବାପା କେନ୍ଦୁଝର ଏସପିଙ୍କୁ ସାକ୍ଷାତ କରିବାକୁ ଯାଇ ଦେଖା କରିନପାରି ନିରାଶରେ ଫେରିଥିବାବେଳେ ଆଜି ଆନନ୍ଦପୁର ଏସଡିପିଓଙ୍କୁ ସାକ୍ଷାତ କରିବାକୁ ଯାଇ ଦେଖା ନପାଇ ନଦିରାଶରେ ଫେରିଥିବା କହିଛନ୍ତି । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କ ଝିଅକୁ ଖୋଜିବାକୁ ସେ ସମର୍ଥ ହୋଇପାରୁ ନାହାନ୍ତି ଓ ପୁଲିସ ମଧ୍ୟ ଆମକୁ ସହଯୋଗ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲା ଏସ.ପି ଏଥିପ୍ର୍ରତି ଗୁରୁତ୍ୱ ଦେବାକୁ ସେ ଆକୁଳ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ