ସଂଘବଦ୍ଧ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟନୁଷ୍ଠାନ ଜିରୋ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ନନ୍ଦିପଦା ଗ୍ରାମରେ ଏକ ପ୍ରେମ ବ୍ୟାପାରକୁ ନେଇ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିନଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ୬ମାସ ତଳେ ଗ୍ରାମର ପ୍ରସନ୍ନ ନାୟକ ମରୈଗାଁ ବଜାରରୁ ଘରକୁ ଫେରୁଥିବାବେଳେ ସେହି ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ପ୍ରସନ୍ନଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିଲେ । ଜୀବନ ମରଣ ସହିତ ମାସାଧିକ କାଳ ସଂଘର୍ଷ କରି ପ୍ରସନ୍ନ ଘରକୁ ଫେରିଥିବାବେଳେ ଏ ସମ୍ପର୍କରେ ତାଙ୍କ ସ୍ତ୍ରୀ ରଞ୍ଜିତା ନାୟକ ୨୫ଜଣଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ସେହି ଅନୁସାରେ ପୁଲିସ ମଧ୍ୟ ୨୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । କିନ୍ତୁ ୨୫ଜଣଙ୍କ ମଧ୍ୟରୁ ୨୪ଜଣ ହାଇକୋର୍ଟରେ ଜାମିନି ପାଇଁ ପ୍ରାର୍ଥନା କରିଥିଲେ । ଗତ ନଭେମ୍ବର ୨୭ ତାରିଖରେ ମାନ୍ୟବର କୋର୍ଟ ୧୫ଜଣଙ୍କୁ ଜାମିନି ପ୍ରଦାନ କରିଥିବାବେଳେ ୯ଜଣଙ୍କ ଜାମିନିକୁ ଖାରଜ କରିଦେଇଥିଲେ । ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ଏହି ୯ଜଣଙ୍କୁ ଗିରଫ କରୁନଥିବା ନେଇ ପ୍ରସନ୍ନଙ୍କ ପରିବାର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନନ୍ଦିପଦା ଥାନା ଅଧିକାରୀଙ୍କୁ ପଚାରିବାରେ ସେ ନୁଆ କରି କାର୍ଯ୍ୟରେ ଯୋଗଦେଇ ଥିବାରୁ ଏହାର ଫାଇଲ ସେ ଦେଖି ନାହାନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ