ପୈାରାଚଂଳରେ ଜାନୁଆରୀ ୧୫ରୁ ଭତ୍ତା ବଂଟନ କରାଯିବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଆସନ୍ତା ଜାନୁଆରୀ ୧୫ତାରିଖ ଠାରୁ ପ୍ରତ୍ୟେକ ୱାର୍ଡରେ ଭତ୍ତା ବଂଟନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବୟସ୍କ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନଙ୍କୁ ଆଉ ପୈାରସଂସ୍ଥା କାର୍ଯ୍ୟାଳୟକୁ ଏଥିପାଇଁ ଆସିବାକୁ ପଡିବ ନାହିଁ । ସେମାନଙ୍କ ବାସଗୃହ ନିକଟସ୍ଥ ୱାର୍ଡର ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର କିମ୍ବା କ୍ଲବଘର ପ୍ରଭୃତି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପ୍ରତ୍ୟେକ ମାସରେ ଭତ୍ତା ପ୍ରଦାନ କରାଯିବ । ଏହି ଉପଲକ୍ଷେ ସୋମବାର ଅପରାହ୍ନରେ ପୈାର ଟାଉନହଲ ପରିସରରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ୱାର୍ଡ ଅଫିସର, ମୁଖ୍ୟ କିରାଣୀ ବିଜୟ କୁମାର ମିଶ୍ର, ଆକାଉଂଟଟାଂଟ ଗଣେଶ ଚନ୍ଦ୍ର ପାତ୍ର, କ୍ୟାସିଅର ଅଶୋକ କୁମାର ସାହୁ, ଗୋଷ୍ଠି ସଂଗଠିକା ତପସ୍ୱିନୀ ଦାସ ଓ ସୁଶ୍ମିତା ଜେନା, ଭୂବନ ମୋହନ କାନୁନଗୋ, ମନୋରଞ୍ଜନ ଦାଶ, ମାନସ ମହାନ୍ତି, କ୍ଷିରୋଦ ପାତ୍ରଙ୍କ ସମେତ ବିଜୁ ଯୁବ ବାହିନୀର କର୍ମକର୍ତ୍ତା,ସଦସ୍ୟ ଓ ସ୍ୱଛ ସାଥିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


