ଝିଟିପିଟି ବିକ୍ରି !

ଏମିତି କିଛି ଜୀବ ଅଛନ୍ତି ତାହା ବିଷାକ୍ତ ହୋଇବି ଦୁର୍ମୂଲ୍ୟ ବୋଲି ଧରିବାକୁ ହେବ । ତେଣୁ ଏଭଳି ଜୀବମାନଙ୍କୁ ଧରି ବିକ୍ରି କରାଯାଇଥାଏ । ଏମିତି ଏକ ଘଟଣାକ୍ରମରେ କିଛିଦିନ ତଳେ ବିରଳ ପଶୁପକ୍ଷୀଙ୍କୁ ଚୋରା ଚାଲାଣ କରୁଥିବା କିଛି ଲୋକଙ୍କୁ ଧରିଥିଲା ପଶ୍ଚିମବଙ୍ଗ ପୋଲିସ । ଏହି ଲୋକମାନେ ପଶ୍ଚିମବଙ୍ଗର ଫାଲାକାଟୋ ଜଙ୍ଗଲରୁ ବିରଳ ପ୍ରଜାତିର ଝିଟିପିଟିଙ୍କୁ ଅନ୍ତର୍ଜାତୀୟ ବଜାରକୁ ଚୋରା ଚାଲାଣ କରିଥାନ୍ତି । ଝିଟିପିଟି ବିକ୍ରି କଥା ଶୁଣି ଆମକୁ ହସ ଲାଗୁଥାଇପାରେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ସବୁ ବିରଳ ଝିଟିପିଟିର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅତି ଚଢ଼ା । ପୋଲିସର କହିବା ଅନୁଯାୟୀ, ଜବତ ହୋଇଥିବା ଝିଟିପିଟିର ମୂଲ୍ୟ ଭାରତୀୟ ଟଙ୍କାରେ ୪ କୋଟି ୫୦ ଲକ୍ଷ । ଗିରଫ ସମୟରେ ୬ଟି ବିରଳ କିସମର ଝିଟିପିଟି ସେମାନଙ୍କ ପାଖରୁ ଉଦ୍ଧାର କରାଯାଇଥିଲା । ଏହାର ନାମ ଟୋକେ ଗେକୋ । ପ୍ରଥମେ ଏହି ଝିଟିପିଟିକୁ ଚୀନକୁ ନେଉଥିଲେ । ସେଠାରୁ ଅନ୍ୟ ଦେଶକୁ ଚାଲାଣ କରୁଥିଲେ । ଚୀନରେ ଏହାର ଚାହିଦା ବେଶ୍ ଅଧିକ । ଏଥିରୁ ଅନେକ ମୂଲ୍ୟବାନ ଔଷଧ ପ୍ରସ୍ତୁତ ହେଉଥିବାରୁ ଏହାର ଦାମ୍ ଆକାଶଛୁଆଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ