ପ୍ରେମ ଓ ସମ୍ପର୍କର ଅର୍ଥ ଶିଖାଇଥାଏ ବ୍ରେକ୍‌ଅପ୍‌

ବ୍ରେକ୍‌ଅପ୍‌ର ଅନୁଭବ କାହାରିକୁ ଭଲ ଲାଗି ନ ଥାଏ। କେତେକ ଲୋକ ବ୍ରେକ୍‌ଅପ୍‌ ପରେ ଏତେ ମାତ୍ରାରେ ଭାଙ୍ଗି ପଡ଼ନ୍ତି ଯେ ଏଥିରୁ ବାହାରିବାକୁ ସେମାନଙ୍କୁ ବହୁତ ସମୟ ଲାଗିଯାଏ। ପ୍ରେମ ଓ ସମ୍ପର୍କ ବିଷୟରେ ବ୍ରେକ୍‌ଅପ୍‌ ବହୁତ କିଛି ଶିଖାଇଥାଏ। ଚାଲନ୍ତୁ ଜାଣିବା ଏମିତି କିଛି କଥା, ଯାହା ବ୍ରେକ୍‌ଅପ୍‌ ପରେ ବୁଝା ପଡ଼ିଥାଏ।
ମିଷ୍ଟର ରାଇଟ୍‌ କିମ୍ବା ମିସ୍‌ ରାଇଟ୍‌ ବୋଲି କିଛି ନାହିଁ
ପ୍ରେମରେ ବୁଡ଼ି ରହିଥିବା ଲୋକଙ୍କୁ ନିଜ ପାର୍ଟନରଙ୍କ ସବୁକିଛି ପରଫେକ୍ଟ ଲାଗିଥାଏ। ଡେଟିଂ କରିବା ସମୟରେ ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ପରସ୍ପରଙ୍କ କେବଳ ଭଲ ଜିନିଷ ଦେଖିଥାନ୍ତି। ଲୋକେ ସାଧାରଣତଃ ନିଜ ପାର୍ଟନରଙ୍କ ଖରାପ ଅଭ୍ୟାସକୁ ଅଣଦେଖା କରିଥାନ୍ତି। ଏହାର ଅନୁଭବ ବ୍ରେକ୍‌ଅପ୍‌ ପରେ ହିଁ ହୋଇଥାଏ। ବ୍ରେକ୍‌ଅପ୍‌ ପରେ ଜଣାପଡ଼ିଥାଏ ଯେ ବାସ୍ତବରେ କେହି ବି ମିଷ୍ଟର ରାଇଟ୍‌ କିମ୍ବା ମିସ୍‌ ରାଇଟ୍‌ ନ ଥାନ୍ତି। ଭୁଲ୍‌ ଜିନିଷକୁ ଜାଣିଶୁଣି ଅଣଦେଖା କରିବା ଉଚିତ ନୁହେଁ।
ଖରାପ ସମ୍ପର୍କକୁ ଶୀଘ୍ର ଶେଷ କରନ୍ତୁ
ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ମଧ୍ୟ ଲୋକେ ଏହାକୁ ଜବରଦସ୍ତ ଟାଣିଥାନ୍ତି। ପ୍ରେମରେ ପଡ଼ିବା ପରେ କେତେକ ଲୋକେ ବୁଝିପାରନ୍ତି ଯେ ସେମାନେ ଭୁଲ୍‌ ବୟଫ୍ରେଣ୍ଡ କିମ୍ବା ଗାର୍ଲଫ୍ରେଣ୍ଡ ଚୟନ କରିଛନ୍ତି। ଏହାସତ୍ତ୍ବେ ମଧ୍ୟ ବ୍ରେକ୍‌ଅପ୍‌ କରିବାକୁ ସାହସ କରନ୍ତି ନାହିଁ। ଏହାର ପ୍ରଭାବ ଧିରେ ଧିରେ ମସ୍ତିଷ୍କ ଉପରେ ପଡ଼ିବାରେ ଲାଗିଥାଏ। ଶେଷରେ ସମସ୍ୟା ବଢ଼ିଯାଇ ବ୍ରେକ୍‌ଅପ୍‌ରେ ଶେଷ ହୋଇଥାଏ। ବ୍ରେକ୍‌ଅପ୍‌ ପରେ ଲୋକେ ବୁଝିପାରନ୍ତି ଯେ ଖରାପ ରିଲେସନଶିପ୍‌କୁ ଶେଷ କରିବା ଉଚିତ।
ପରଫେକ୍ଟ ମ୍ୟାଚ୍‌ ହେବା ସୁନ୍ଦର ସମ୍ପର୍କର ଗ୍ୟାରେଣ୍ଟି ନୁହେଁ
ସମ୍ପର୍କକୁ ଲମ୍ବା ଚଳାଇବାର ଦାୟିତ୍ବ ଉଭୟଙ୍କର ହୋଇଥାଏ। ସାଧାରଣତଃ ଅନେକେ ନିଜ ପାର୍ଟନରଙ୍କଠାରେ ନିଜ ଭଳି କ୍ବାଲିଟି ଦେଖି ଖୁସି ହୋଇଯାଆନ୍ତି। ଖାଦ୍ୟ, ମ୍ୟୁଜିକ୍‌, ବହି କିମ୍ବା ଅନ୍ୟ କୌଣସି ଜିନିଷ ଏକା ଭଳି ପସନ୍ଦ ହେବା ସତ୍ତ୍ବେ ଦମ୍ପତିଙ୍କ ମଧ୍ୟରେ ସାଧାରଣତଃ ଲଢ଼େଇ ଝଗଡ଼ା ହୋଇଥାଏ। ବ୍ରେକ୍‌ଅପ୍‌ ପରେ ଏହା ବୁଝା ପଡ଼ିଥାଏ ଯେ କୌଣସି ସମ୍ପର୍କକୁ ଚଳାଇବା ଲାଗି ଏକା ଭଳି ପସନ୍ଦ ନୁହେଁ, ବରଂ ପରସ୍ପରକୁ ବୁଝିବା ନିହାତି ଆବଶ୍ୟକ।
ରିଲେସନଶିପ୍‌ରେ ଥାଇ ମଧ୍ୟ ଅନ୍ୟ ପ୍ରତି ଆକର୍ଷିତ ହେବା
ଯେତେବେଳେ ଆପଣ ପ୍ରେମ ସମ୍ପର୍କରେ ଥାଆନ୍ତି, ସେତେବେଳେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ଭାବିବା ମଧ୍ୟ ଆପଣଙ୍କୁ ଭୁଲ୍‌ ବୋଲି ଲାଗିପାରେ। ସାଧାରଣତଃ ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ ପାଇଁ ଝଗଡ଼ା ହୋଇଯାଏ। ଅନେକ ସମୟରେ ଗୋଟିଏ ଭୁଲ୍‌ ଧାରଣା ମଧ୍ୟ ବ୍ରେକ୍‌ଅପ୍‌ର କାରଣ ପାଲଟିପାରେ। ବ୍ରେକ୍‌ଅପ୍‌ର କିଛି ବର୍ଷ ପରେ ଆପଣଙ୍କୁ ଅନୁଭବ ହୋଇଥାଏ ଯେ ଅନ୍ୟ କାହାରିକୁ ପସନ୍ଦ କରିବାର ଅର୍ଥ ନୁହେଁ, ଆପଣ ନିଜ ପାର୍ଟନରଙ୍କୁ ଧୋକା ଦେଉଛନ୍ତି।
ରିଲେସନଶିପ୍‌ରେ ସମାନ ଅଧିକାର ଜରୁରୀ
ଅଫିସ୍‌ରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ପୁଅ ଓ ଝିଅଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ କୁହାଯାଏ। ରିଲେସନଶିପ୍‌ରେ ମଧ୍ୟ ଏହି ଆଶା କରାଯାଏ ଯେ ଉଭୟ ଏକାଭଳି ଭୂମିକା ତୁଲାଇବେ। କିନ୍ତୁ ଏଭଳି ସମ୍ଭବ ନୁହେଁ। ବ୍ରେକ୍‌ଅପ୍‌ ପରେ ଆପଣଙ୍କ ଭିତରେ ସ୍ବୀକାର କରିବାର ସାହସ ଆସିଯାଏ କି ଆପଣ କେଉଁ କାମ କରିପାରିବେ ଓ କେଉଁ କାମ କରିପାରିବେ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ