ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା ): ଭଣ୍ଡାରିପୋଖରୀ ଥାନା ସରସଦା ପଂଚାୟତ ପିରିପୁର ଠାରେ ଆଜି ଜଣେ ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ଗ୍ରାମର ଦୁଃଶାସନ ସାହୁଙ୍କ ଝିଅ ଗୀତାଞ୍ଜଳି ସବୁଦିନ ଭଳି ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ଆଜି ସକାଳୁ ଉଠିବା ବିଳମ୍ବ ହେବାରୁ ଘରଲୋକ ଡକାଡକି କରିଥିଲେ ସୁଦ୍ଧା ଭିତରପଟୁ କୌଣସି ଶବ୍ଦ ଶୁଣାଯାଇନଥିଲା। ଏହାପରେ କବାଟ ଭଂଗାଯିବ ସହ ଗିତାଞ୍ଜଳିଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସେ ମୃତ୍ୟୁ ବରଣ କରିଥିବା ସୂଚନା ଦିଆଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ୧୪/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ