ଟାଉନହଲରେ ଶ୍ରୀକୃଷ୍ଣଙ୍କ ଦିବ୍ୟତତ୍ତ୍ୱ-ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା

ବାଲେଶ୍ୱର, (ସରୋଜ ପଣ୍ଡା) :-ଗୌଡ଼ୀୟ ମଠ ପକ୍ଷରୁ ସହରର ଟାଉନହଲଠାରେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟତତ୍ତ୍ୱ ଓ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା ଭିତ୍ତିକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ । ବୃନ୍ଦାବନ ସ୍ଥିତ ଶ୍ରୀହରି ରାସଲୀଳା ମଣ୍ଡଳୀଙ୍କ ଦ୍ୱାରା ପ୍ରତ୍ୟେହ ସକାଳରୁ ପୂର୍ବାହ୍ଣ ୧୦ ଓ ସଂଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଗୌଡ଼ୀୟ ମଠର ସଭାପତି ଭକ୍ତି ବିକାଶ ପର୍ଯ୍ୟଟକ ମହାରାଜ ଏହି କାର୍ଯ୍ୟକ୍ରମକୁ ଉଦଘାଟନ ଶ୍ରୀକୃଷ୍ଣ ତତ୍ତ୍ୱ ପ୍ରଚାର ପ୍ରସାରରେ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା ସମ୍ପର୍କରେ ଆଲୋଚନା କରିଥିଲେ । ଯୁବନେତା ବିକ୍ରମ ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହା, ଅବସରପ୍ରାପ୍ତ ଶିକ୍ଷକ ଜୀବତ ଝା ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦ୍ୱିତୀୟ ସଂଧ୍ୟାରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଶିକ୍ଷାବିତ ଡ. ପଙ୍କଜ କୁମାର ଜେନା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜକଙ୍କୁ ସାଧୁବାଦ ଜଣାଇବ ସହ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀକୃଷ୍ଣଙ୍କ ମାନବୀୟ ଲୀଳା ପୃଷ୍ଠରେ ଥିବା ସୁସମାଜ ପ୍ରତିଷ୍ଠା ସମ୍ପର୍କିତ ଉଚ୍ଚ ବିଚାର ସମ୍ପର୍କରେ ସେମାନେ ବକ୍ତବ୍ୟରେ କହିଥିଲେ । ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ