ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ପକ୍ଷରୁ ନୂତନ କମ୍ୟୁନିଟ୍ ସେଣ୍ଟର ଉଦଘାଟନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଭାଗଲପୁର ଗ୍ରାମର ମୁଣ୍ଡା ସାହିରେ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ ପକ୍ଷରୁ ଏକ ନୂତନ କମ୍ୟୁନିଟ୍ ସେନ୍ଟରର ଉଦ୍‌ଘାଟନ କରାଯାଇଛି । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ସଂଜୟ ପଟ୍ଟନାୟକ , କମ୍ପାନୀର ବରିଷ୍ଠ ଅଧିକାରୀ , ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ଭାଗଲପୁର ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ଉଦଘାଟନ କରାଯାଇଥିଲା । ଗ୍ରାମବାସୀମାନଙ୍କ ପକ୍ଷରୁ ପାରମ୍ପରିକ ନୃତ୍ୟ, ଗୀତ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ଲୋକମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି କମ୍ପାନୀର ସିଏସଆର ପାଣ୍ଠିରୁ ଟଙ୍କା ବ୍ୟୟ କରି ଏହି କମ୍ୟୁନିଟ ସେନ୍ଟର ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସିଏସଆର ବିଭାଗର ତ୍ରିଲୋଚନ ପଲେଇ ଓ ନିର୍ମଳ କୁମାର ମହାନ୍ତି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ